
ଗଞ୍ଜାମ ଜିଲ୍ଲା ପ୍ରତିନିଧି ଶିବରାମ ଚୌଧୁରୀ ୨୭/୦୧ ଜଗନ୍ନାଥ ପ୍ରସାଦ ବ୍ଲକ ପୂର୍ବତନ ଅଧକ୍ଷଙ୍କ ହୃଦଘାତରେ ଆଜି ମୃତ୍ୟୁ ବରଣ କରିଛନ୍ତି l ମୃତକ ହେଉଛନ୍ତି ରାଉତି ପଞ୍ଚାୟତ ମଳିଙ୍ଗୀ ଗ୍ରାମ ବିଜେଡିର ପୂର୍ବତନ ବ୍ଲକ ସଭାପତି ସ୍ବର୍ଗତ ମୋହନ ପ୍ରଧାନଙ୍କ ବଡପୁଅ ଦୁତିକୃଷ୍ଣ ପ୍ରଧାନ (୬୨) l ମୃତକ ଦୁତିକୃଷ୍ଣ ଜଣେ ରାଜନୀତିଜ୍ଞ l ସେ ଜଗନ୍ନାଥ ପ୍ରସାଦ ବ୍ଲକରେ ୨୦୦୨ ରୁ ୨୦୦୭ପର୍ଯ୍ୟନ୍ତ ବ୍ଲକ ଚେୟାରମ୍ୟାନ ଏବଂ ୧୯୯୨ ରୁ ୯୭ ପର୍ଯ୍ୟନ୍ତ ସ୍ଥାନୀୟ ପଞ୍ଚାୟତର ସମିତି ମେମ୍ବର ଶତାଧିକ ଭୋଟରେ ନିର୍ବାଚିତ ହୋଇଥିଲେ l ଆଜି ପୂର୍ବାହ୍ନରେ ମୃତକଙ୍କ ନିଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରିଥିଲେ l ସଙ୍ଗେସଙ୍ଗେ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ସ୍ୱାସ୍ଥ୍ୟବସ୍ଥା ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ୱର ନେବାବେଳେ ନୟାଗଡ ଡାକ୍ତରଖାନାରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ସାନଭାଇ ନୃସିଂହ ଚରଣ ପ୍ରଧାନ ସୂଚନା ଦେଇଛନ୍ତି l ମୃତ୍ୟୁ ବେଳକୁ ସ୍ବର୍ଗତ ଦୁତିକୃଷ୍ଣଙ୍କ ଧର୍ମପତ୍ନୀ ଝୁନୁ, ଏକମାତ୍ର ପୁଅ ଶୁଭକାନ୍ତ,ଶୁଭସ୍ମିତା ଏବଂ ସମସ୍ତ ପରିବାର ବର୍ଗ ଉପସ୍ଥିତ ରହିଥିଲେ l ସ୍ବର୍ଗତଙ୍କ ଏକମାତ୍ର ଝିଅ ଶୁଭସ୍ମିତାଙ୍କ ଫେବୃଆରୀ ୨୫ରିଖରେ ବିବାହ ବନ୍ଧନ କାର୍ଯ୍ୟକ୍ରମ ରହିଥିବାରୁ ଘର ଚଳଚଂଚଳ ରହିଥିଲା l ମୃତ୍ୟୁ ଖବର ସୁଣି ଗ୍ରାମରେ ଶୋକାକୁଳ ପାରିବେଷ ସୃଷ୍ଟି ହୋଇଥିଲା lସ୍ବର୍ଗତ ଦୁତିକୃଷ୍ଣ ଜଣେ ମେଳାପୀ ଏବଂ ଧର୍ମପରାୟଣ ବ୍ୟକ୍ତି ରହିଥିଲେ l
