ସମାଲୋଚନା -ବଡଖବର ଗ୍ରୁପ ପକ୍ଷରୁ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ।

ଶିବରାମ ଚୌଧୁରୀ ଙ୍କ ରିପୋର୍ଟ ବ୍ରହ୍ମପୁର (୧୮/୦୨)ରାଜ୍ୟର ଅଗ୍ରଣୀ ଖବର ସରବରାହ ସଂସ୍ଥା ସମାଲୋଚନା -ବଡଖବର ଗ୍ରୁପ ପକ୍ଷରୁ କ୍ୟାନ୍ସର ବ୍ୟାଧି ଓ ନିରାକରଣ ସମ୍ୱନ୍ଧୀୟ ଏକ ଆଲୋଚନା ଚକ୍ର ବ୍ରହ୍ମପୁର ଗୋଶାଣୀ ନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମି ପରିସରରେ ଅନୁଷ୍ଠିତ ହୋଇଯାଇଛି. ସମାଲୋଚନା ର ଗଞ୍ଜାମ ଜିଲ୍ଲା ପ୍ରତିନିଧି ଦୀପକ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଏମ କେ ସି ଜି ମେଡିକାଲ କଲେଜର ରେଡ଼ିଏସନ ଅଙ୍କଲୋଜିଷ୍ଟ ଡାକ୍ତର ସରୋଜ କୁମାର ଦାସ, ସମ ହସ୍ପିଟାଲ ଶୀତଳାପଲି ରେ କାର୍ଯ୍ୟରତ ଡାକ୍ତର ଇସରତ ବାନୋ, ସାମନ୍ତରାୟ ଏକାଦମୀ ର ନିର୍ଦେଶକ ଦେବେଶ ସାମନ୍ତରାୟ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ.ଆଲୋଚନା ରେ ଭାଗ ନେଇ ଡାକ୍ତର ସରୋଜ ଦାସ ବିଭିନ୍ନ ପ୍ରକାର କର୍କଟ ରୋଗର କାରଣ ଓ ଲକ୍ଷଣ ଉପରେ ଆଲୋକପାତ କରିଥିଲେ ଏବଂ ସଚେତନତା ହିଁ କର୍କଟ ରୋଗ ସହ ଲଢେଇରେ ମୁଖ୍ୟ ଭୂମିକା ଗ୍ରହଣ କରେ ବୋଲି ଦର୍ଶାଇଥିଲେ.ଡାକ୍ତର ଇସରତ ବାନୋ ଆଲୋଚନା ରେ ଭାଗ ନେଇ ସ୍ତ୍ରୀ ମାନଙ୍କ କ୍ଷେତ୍ରରେ ଦେଖା ବିଭିନ୍ନ କର୍କଟ ରୋଗ ଉପରେ ଆଲୋକପାତ କରିଥିଲେ.ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ସେବନ ଓ ଶୃଙ୍ଖଳିତ ଜୀବନଚର୍ଯ୍ୟା ଦ୍ୱାରା କର୍କଟ ରୋଗର ନିରାକରଣ ସମ୍ଭବ ବୋଲି ମତପ୍ରକାଶ କରିଥିଲେ.

ସାମନ୍ତରାୟ ଏକାଡେମୀରେ ଅଧ୍ୟୟନରତ ବହୁ ଛାତ୍ର ଛାତ୍ରୀ ଆଲୋଚନା ରେ ଭାଗ ନେଇ ନିଜସ୍ୱ ମତ ପରିପ୍ରକାଶ କରିଥିଲେ ଓ କର୍କଟ ବ୍ୟାଧିକୁ ନେଇ ନିଜ ମନ ଭିତରେ ଥିବା ଅସମାହିତ ପ୍ରଶ୍ନ କୁ ବିଶେଷଜ୍ଞ ଡାକ୍ତରଙ୍କ ଠାରୁ ପଚାରି ବୁଝିଥିଲେ.ଅସିମ ଓଡିଶା ଫାଉଣ୍ଡେସନର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସାମନ୍ତରାୟ ଏକାଡେମି ର ପ୍ରାୟ 100 ଜଣ ବିଦ୍ୟାର୍ଥୀ ଙ୍କ ସହ ସମାଲୋଚନା ଗୋପାଳପୁର ପ୍ରତିନିଧି ମନୋଜ ପ୍ରହରାଜ, ଅଭିଳାଷ ଆନନ୍ଦ, ପ୍ରଶାନ୍ତ ନାୟକ ଅନିଲ ପାତ୍ର, ଅଶୋକ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ. ପରିଶେଷରେ ଏକାଡେମୀର ନିର୍ଦେଶକ ଦେବେଶ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ.

Leave a Reply

Your email address will not be published. Required fields are marked *