


ଦିଗପହଣ୍ଡି ରୁ ଜି ସନ୍ତୋଷ ରେଡ୍ଡୀ ଙ୍କ ରିପୋର୍ଟ।୧୮/୦୨ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାଳକୃଷ୍ଣ ପଣ୍ଡା, ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସରପଞ୍ଚ ଶ୍ରୀ ମନୋରଞ୍ଜନ ଗୌଡ଼, ମୁଖ୍ୟ ଆକର୍ଷଣ ଭାବରେ ବ୍ରହ୍ମପୁର ଲାୟନ କ୍ଳବ୍ ଡାଇମଣ୍ଡର ଡ. ସଙ୍ଗୀତା ବାବୁ,ପୁଷ୍ପାଞ୍ଜଳି ପଢ଼ାଲ, ଶ୍ୟାମପ୍ରସାଦ ପାଢ଼ୀ, ନର୍ସୁ ଜେନା, ଇ. ଆର୍ ରଜନୀକାନ୍ତ ମହାପାତ୍ର, ନମିତା କୁମାରୀ ମହାପାତ୍ର, ଅଜୟ କୁମାର ପାତ୍ର, ସଙ୍ଗୀତା ରାଣୀ ପାତ୍ର, ସଞ୍ଜୀବ ପୃଷ୍ଟି, ସନ୍ତୋଷ ସାହୁ, ନରସିଂହ ପାଣିଗ୍ରାହୀ, ପ୍ରାଚୀ ପରିଚିତ ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୁନା ନାୟକ ପ୍ରଭୃତି ମଞ୍ଚାସୀନ ଥିଲେ। ପ୍ରତି ବର୍ଷ ଭଳି ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜଣେ ଛାତ୍ରକୁ ବ୍ରହ୍ମପୁର ଲୟନ୍ସ କ୍ଳବ୍ ଡାଇମଣ୍ଡ ଦ୍ଵାରା ଲାପଟପ୍ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରକୁ ସ୍ମାର୍ଟ ୱାଚ ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବିଭିନ୍ନ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମଞ୍ଚାସୀନ ଥିବା ସମସ୍ତ ଅତିଥି ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ଏବଂ ପାଠପଢା ବ୍ୟତୀତ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ଦେବା ନିମନ୍ତେ ନିଜନିଜର ବହୁମୂଲ୍ୟ ମନ୍ତବ୍ୟ ରଖିଥିଲେ। ସହକାରୀ ଶିକ୍ଷକ ମୃତ୍ୟୁଞ୍ଜୟ ଗୌଡ଼, ଧନୁର୍ଦ୍ଧର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଜର ବହୁମୂଲ୍ୟ ସମୟ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
