ବିଶ୍ବ କଲ୍ଯାଣ ମହାଯଜ୍ଞ ଅନୁଷ୍ଠିତ।

ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ ୦୨/୦୩ ଓଡିଶା ରାଜ୍ଯ ବ୍ରାହ୍ମଣ ମହାସଂଘ ରାଇରଙ୍ଗପୁର ଶାଖା, ବାମନଘାଟୀ, ମୟୂରଭଞ୍ଜ ଆନୁକୂଲ୍ଯରେ ଗତ ୨୬ ଫେବୁୟାରୀ ଠାରୁ ୧ ମାର୍ଚ୍ଚ ପର୍ଯ୍ଯନ୍ତ ୪ ଦିନ ବ୍ଯାପି ରାଇରଙ୍ଗପୁର ସହରସ୍ଥ ମନ୍ଦିରସାହି ଶ୍ରୀ ଶ୍ରୀ ପୂର୍ଣ୍ଣେଶ୍ବର ମହାଦେବଙ୍କ ପ୍ରାଙ୍ଗଣରେ ଜଗତର କଲ୍ଯାଣ ନିମନ୍ତେ ବିଶ୍ବ କଲ୍ଯାଣ ମହାଯଜ୍ଞ ଶ୍ରୀ କ୍ଷେତ୍ର ଜଗନ୍ନାଥ ପୁରୀ ପଣ୍ଡିତମାନଙ୍କ ସମେତ ସ୍ଥାନୀୟ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ବାରା ଯଜ୍ଞକାର୍ଯ୍ଯ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗତ ୨୬ ଫେବୁୟାରୀ ମଣ୍ଡଳକରଣ, କୁଷ୍ଣାଧିବାସ, ଅଙ୍କୁରାରେପଣ, ୨୭ ଫେବୁୟାରୀ ଅଗ୍ନ୍ଯିତ୍ସବ, ଜଳଯାତ୍ରା, ଅଗ୍ନିସ୍ଥାପନ, ମଣ୍ଡଳାଦିପୂଜନ ଏବଂ ହବନ, ୨୮ ଫେବୁୟାରୀ ସୂର୍ଯ୍ଯପୂଜା, ଚଣ୍ଡୀପାଠ ହବନ, ରୁଦ୍ରାର୍ଚ୍ଚନ ହବନ ଏବଂ ୧ ମାର୍ଚ୍ଚ ସୂର୍ଯ୍ଯପୂଜା, ଗୋ-ପୂଜା, ଭଗବତଗୀତା ହବନ, ପୂର୍ଣ୍ଣାହୂତି ଏବଂ ପ୍ରସାଦ ସେବନ ଆୟୋଜନ ସହ ଉକ୍ତ ଯଜ୍ଞକର୍ମରେ ବ୍ରାହ୍ମଣ ପିଲାମାନଙ୍କର ବ୍ରତଉପୋନୟନ ବିନା ଶୁଳ୍କରେ କରାଯାଇଥିଲା l ଉକ୍ତ ପୂଜାକର୍ମକାଣ୍ଡରେ କର୍ତ୍ତାକର୍ତ୍ତୀ ଭାବେ ସପତ୍ନୀକ ଈଶ୍ବର ଚନ୍ଦ୍ର ପ୍ରହରାଜ ଯଜ୍ଞ ବେଦୀରେ ଉପବେସନ କରିଥିଲା ବେଳେ ଶ୍ରୀକ୍ଷେତ୍ର ପୁରୁରୁ ଆଗତ ପୁରୋହିତ ଗଣ ରଞ୍ଜନ କୁମାର ପଣ୍ଡା, ସୌମ୍ଯପ୍ରତିମ ପଣ୍ଡା, ସତ୍ଯଜିତ ପଣ୍ଡା, ଅଭିଷେକ ଶତପଥୀ, ଶୁଭପ୍ରସାଦ ନନ୍ଦ ତଥା ସ୍ଥାନୀୟ ପଣ୍ଡିତଗଣ ଜନରଞ୍ଜନ ଦାଶ ଓ ସମୀର ଦାଶଙ୍କ ବେଦମନ୍ତ୍ରରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା l ଉକ୍ତ ଆଧ୍ଯାତ୍ମିକ ପରିବେଶରେ ସମ୍ମାନିତ ଅତିଥି ଭାବେ ଓଡିଶା ବ୍ରାହ୍ମଣ ମହାସଂଘ ରାଜ୍ଯ ସଭାପତି ଡକ୍ଟର ସଦାନନ୍ଦ ଦୀକ୍ଷିତ, ଓଡିଶା ବ୍ରାହ୍ମଣ ମହାସଂଘ ମୟୂରଭଞ୍ଜ ଜିଲ୍ଲା ସଭାପତି ଅଲେଖ ଚନ୍ଦ୍ର ପାଠୀ ଏବଂ ପୁରୀ ବେଦମନ୍ତ୍ କାଣ୍ଡ କଲେଜର ଅଧ୍ଯକ୍ଷ ଡକ୍ଟର ଜଗବନ୍ଧୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲା ବେଳେ ଓଡିଶା ବ୍ରାହ୍ମଣ ମହାସଂଘ ରାଇରଙ୍ଗପୁର ଶାଖା, ବାମନଘାଟୀ ଉପଖଣ୍ଡ ର ସଭାପତି ତରୁଣ କୁମାର ନନ୍ଦ, ସମ୍ପାଦକ ସୁଶାନ୍ତ ଶର୍ମା, କୋଷାଧ୍ଯକ୍ଷ ଜୟକୁଷ୍ଣ ଦାଶ ତଥା କାର୍ଯ୍ଯକାରୀ ସଦସ୍ଯଗଣ ପରିଚାଳନାରେ ସହଯୋଗ କରିଥିଲେ l ଉକ୍ତ ଭକ୍ତିରସାମୁତ କାର୍ଯ୍ଯକ୍ରମରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ତଥା ସ୍ଥାନୀୟ ଲୋକେ ଯୋଗ ଦେଇ ବିଶ୍ବ ଜନକଲ୍ଯାଣ ମହାଯଜ୍ଞରେ ବିଭୁକୃପା ଲାଭ କରିଥିଲେ l

Leave a Reply

Your email address will not be published. Required fields are marked *