ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅନୁଷ୍ଠିତ।

ରାୟଗଡା ମହେନ୍ଦ୍ର କନ୍ଧପାଣି ୨୧/୦୪ ରାୟଗଡା ଜିଲ୍ଲାର କଲ୍ୟାଣସିଂ ପୁର ବ୍ଲକ ଅନ୍ତର୍ଗତ ନାରାୟଣ ପୁର କୃଷି ଫାର୍ମ ପରିସରରେ ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏସ. କେ ଏହେସାନ କର୍ତ୍ତା ଭାବରେ ଉପସ୍ଥିତ ରହି ସମସ୍ତ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ଓ ଵିଧିପୂର୍ବକ ପାଳିତ ହୋଇଥିଲା ।ଏହାପରେ ମାନ୍ୟବର ବିଧାୟକ ବିଷମ କଟକ ନିର୍ବାଚନ ଶ୍ରୀଯୁକ୍ତ ନୀଳ ମାଧବ ହିକକା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଓ ଉପାଧ୍ୟକ୍ଷl ଶ୍ରୀମତୀ ମଞ୍ଜୁଳା ମିଣିଆକା, ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମିଶ୍ର, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ବନମାଳି କାଡ୍ରାକା ଙ୍କ ଉପସ୍ଥିତିରେ ଅଖିମୁଠି ଅନୁକୂଳ ପୂର୍ବକ ଜମିରେ ହଳ ଓ ବିହନ ବୁଣି ଏହି ଶୁଭ କାର୍ଯ୍ୟ ପରି ପାଳିତ ହୋଇଥିଲା। ଏହାପରେ ସଭାଗୃହରେ ତିନିଶହରୁ ଉର୍ଦ୍ଧ ଚାଷୀ ଙ୍କ ଉପସ୍ଥିତିରେ ଆଭାଶୀ ମାଧ୍ୟମରେ କଟକରୁ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ରୁ ସିଧା ସଳଖ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଓ ସିଏମ କିସାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏସ. କେ ଏହେସାନ ଙ୍କ ସଭାପତିତ୍ୱରେ ଓ ସହକାରୀ ବୈଷୟିକ ପରିଚାଳକ ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ବିଷମ କଟକ,ସମ୍ମାନିତ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ, ଶ୍ରୀ ଶବର ଉପାଦକ୍ଷl,ଶ୍ରୀମତୀ ମିନିଆକ,ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀ ନବୀନ ଚନ୍ଦ୍ର ନାଏକ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନିହାର ରଞ୍ଜନ କଅଁର ପ୍ରମୁଖ ଉପସ୍ଥିତ ରହି ଅକ୍ଷୟ ତୃତୀୟା ଦିବସର ଉଦ୍ଧେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହାପରେ ଅତିଥିଙ୍କ ଦ୍ୱାରା କୃଷି ରଥ ର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର କୃଷି ଜିଲ୍ଲା ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, ଆତ୍ମାର ଏଟିଏମ, ବଡ଼ବାବୁ ସନ୍ତୋଷ କୁମାର ସେନାପତି ବିଟିଏମ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରସଫଳତା ପାଇଁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *