ରାୟଗଡ଼ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ।

ରାୟଗଡ଼ ୨୫/୦୪ ମହେନ୍ଦ୍ର କନ୍ଧପାଣି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଶୁକ୍ରବାର ଦିନ ରାୟଗଡ଼ ଜିଲ୍ଲା ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ନୂତନ ସଭାଗୃହରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଦ୍ୟାଧର ଶବର, ଉପାଧକ୍ଷ୍ୟା ଶ୍ରୀମତୀ ମଞ୍ଜୁଳା ମିଣିଆକା, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନୀ ହୁଇକା, ଗୁଣୁପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଝିଲ୍ଲୀ ଶବର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ, ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀମତୀ କ୍ଷୀରବ୍ଧିତନୟା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପ୍ରଦୀପ ପ୍ରଜ୍ଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଜିଲ୍ଲାପାଳ ଶ୍ରୀଯୁକ୍ତ କୁଲକର୍ଣୀ ଜାତୀୟ ପଞ୍ଚାୟତରାଜ ଦିବସର ମହତ୍ବ ସହ ଭାରତୀୟ ଇତିହାସରେ ପୂରାତନ ଯୁଗରୁ ଏହାର ପ୍ରଚଳନର ଦୃଷ୍ଟାନ୍ତମାନ ଉପସ୍ଥାପନ କରିଥିଲେ । ଗୁପ୍ତ ବଂଶ ଓ ମୌର୍ଯ୍ୟ ବଂଶ ଶାସନ ସମୟରେ ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ଓ ରାଜସ୍ବ ଆଦାୟ କ୍ଷେତ୍ରରେ ନିଜସ୍ବ ବ୍ୟବସ୍ଥା ମାନ ପ୍ରଚଳନ ଥିଲା । ପାଞ୍ଚ ଜଣଙ୍କୁ ନେଇ ପଞ୍ଚ ଏବଂ ସେଥିରୁ ମୁଖିଆଙ୍କୁ ସରପଞ୍ଚ , ପାଞ୍ଚ ପ୍ରକାର ଟିକସ ଆୟ ଏବଂ ସେଥିରୁ ପଞ୍ଚାୟତର ପରିକଳ୍ପନା ବିଷୟରେ ଉପସ୍ଥାପନା କରିବା ସହ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡିଶା ତଥା ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ନିମନ୍ତେ ଅଗାମୀ ଦିନରେ ବଡ ସ୍ବପ୍ନ ସହ ଶିଳ୍ପ ଓ ଗ୍ରାମୀଣ ଉଦ୍ୟୋଗର ବିକାଶକୁ ତ୍ବରାନ୍ବୀତ କରିବାକୁ ହେବ । ଲୋକଙ୍କ ଜୀବନଧାରଣର ମାନ ଓ ଆୟରେ ଉନ୍ନତି ଆବଶ୍ୟକ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
ମୁଖ୍ୟ ଉନ୍ନୟନ ଅଂଧିକାରୀ ବରେଣ୍ୟ ଅତିଥିବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଔପଢକନ ଦେଇ ସମ୍ବୋର୍ଦ୍ଧିତ କରିଥିଲେ ଓ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ପଞ୍ଚାୟତିରାଜ ଦିବସ ସହଭାଗିତାର ଦିବସ । ୧୯୯୨ ମସିହାରେ ସମ୍ବିଧାନର ୭୩ତମ ସଂଶୋଧନ ରେ ତ୍ରୀ ସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା, ମହିଳାଙ୍କ ନିମନ୍ତେ ସଂରକ୍ଷଣ, ବିକାଶ କ୍ଷେତ୍ରରେ ଗ୍ରାମସଭାର ଅଖଣ୍ଡ କ୍ଷମତା ଆଦି ଗଣତନ୍ତ୍ରକୁ ସୁଦୃଢ କରିବା ସହ ବିକାଶ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏଥିସହ ରାୟଗଡ ଜିଲ୍ଲା ରେ ଭିତ୍ତିଭୂମି ର ବିକାଶ, ମୌଳିକ ସୁବିଧା, ଅର୍ଥନୀତିରେ ଅଗ୍ରଗତି ତଥା ଜୀବିକା ମିଶନ, ଆବାସ ଯୋଜନା, ପି ଏମ ଶ୍ରୀ ବିଦ୍ୟାଳୟ, ବିକଶିତ ଗାଁ ବିକଶିତ ଓଡିଶା ଆଦି ବିଭିନ୍ନ ଯୋଜନାରେ ସଫଳତାର ଗାଥା ବିଷୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଉପସ୍ଥାପନ କରିଥିଲେ । ସଫଳ କାହାଣୀର କ୍ଷୁଦ୍ର ଚଳଚିତ୍ରମାନ ପ୍ରଦର୍ଶିତ କରାଯାଇଥିଲା ।ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ନିମନ୍ତେ ଗୁଣୁପୁରକୁ ଉତ୍ତମ ବ୍ଳକ, ଉତ୍ତମ କାର୍ଯ୍ୟଦକ୍ଷତା ନିମନ୍ତେ ସହକାରୀ ଯନ୍ତ୍ରୀ ତ୍ରୀନାଥ ମିଶ୍ର ରାମନାଗୁଡା, ନିର୍ବାହୀ ଅଧିକାରୀ ମନୋରଞନ ବେହେରା ମୁନିଗୁଡା, ଏଡିଇଓ ଜଗଦିଶ ପାତିକା ଶଗଡା, ଜିଆରଏସ ଆଇ ସନ୍ତୋଷ କୁମାର ରାମନାଗୁଡା ଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଉତ୍ତମ ସେବା ଓ କାର୍ଯ୍ୟ ଦକ୍ଷତା ନିମନ୍ତେ କୋଲନରାର ନାରୀଶକ୍ତି ଆଗ୍ରୋ ସ୍ବୟଂ ସହାୟକ ଗୋଷ୍ଠୀ, କଲନରାର ଇନ୍ଦିରା ଓ ରାୟଗଡ ବ୍ଲକ ର ଯୟ ହନୁମାନ ଏସ ଏଚ ଜି ଙ୍କୁ ପୁରସ୍କୃତ କରାଯାଇଥିଲା ।
ଶେଷରେ ରାୟଗଡ ବିଡିଓ ସୁଜିତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମେତ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ଓ ରାୟଗଡ ସଦର ବ୍ଲକର ସମସ୍ତ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ । ଅତିରିକ୍ତ ଉନ୍ନୟନ ଅଧିକାରୀ କ୍ଷିରବ୍ଧିତନୟା ସାହୁ ଏହାର ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *