
୨୫/୦୪/ମାଲକାନଗିରି(ହିମାଂଶୁ ଶେଖର ସ୍ୱାଇଁ)ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡଘାଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଗୁର ମଲଲୀଙ୍କୁ ଗତକାଲିର ପଞ୍ଚାୟତରାଜ ଦିବସରେ ପୁରସ୍କୃତ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଉଲ୍ଲେଖନୀୟ ଶ୍ରମ ଦିବସ ସୃଷ୍ଟି କରି ଲୋକଙ୍କୁ କାମଧନ୍ଦା ଯୋଗାଇଥିବା ରୁ ପୋଡଘାଟ ସରପଞ୍ଚ ଗୁର ମଲଲୀ ଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି ଉକ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ନରସିଂହ ମାଡକାମି, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଜିଲ୍ଲା ପରିଷଦ ସଭାପତି ସମାରୀ ତାଙ୍ଗୁଲୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁଙ୍କ ଉପସ୍ଥିତିରେ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ । ଆଜି ପୋଡଘାଟ ପଞ୍ଚାୟତ ର ସମିତି ସଭ୍ୟା ରାଧିକା କାଲାକୁରା, ନାଏବ ସରପଞ୍ଚଙ୍କ ସମେତ ସମସ୍ତ ୧୧ ଗୋଟି ୱ।ର୍ଡ ସଭ୍ୟ ସଭ୍ୟା ଓ କର୍ମଚାରୀ ମାନେ, ପଞ୍ଚାୟତର ଏହି ବିଶିଷ୍ଟ ଉପଲବ୍ଧି ପାଇଁ ସରପଞ୍ଚ ଗୁର ମଲଲୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
