ଉଦୟଗିରି ପାଷ୍ଟରେଟ ୟୁନିଅନର ତିନି ଦିନିଆ ୮୭ତମ ବାର୍ଷୀକ ସମ୍ମିଳନୀ ଉଦଘାଟିତ ।

ଜି.ଉଦୟଗିରି,୨୮/୦୪(ନୀଳମାଧଵ ପ୍ରଧାନ )ସ୍ଥାନୀୟ ଗୁଡ୍ରୀପଡି ପଡିଆରେ ଉଦୟଗିରି ପାଷ୍ଟରେଟ ୟୁନିଅନର ୮୭ତମ ବାର୍ଷୀକ ସମ୍ମିଳନୀ ଆଜି ଉଦଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବାକୁ ଥିବାବେଳେ ଅଞ୍ଚଳର ବହୁ ଖ୍ରୀଷ୍ଟବିଶ୍ବାସୀ ଉପସ୍ଥିତ ରହି ଅତିଥିମାନଙ୍କ ଠାରୁ ଯୀଶୁଙ୍କ ବାଣୀ ଶୁଣିଥିଲେ। ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶପ ମହାଚାର୍ଯ୍ୟା ଭାଓଲେଟ ନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ନିଜ ଅଭାଭାଷଣ ରଖିଥିଲେ।କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉପ ସଭାପତି ଜର୍ଜ ଆବ୍ରାହମ,ସମ୍ପାଦକ ଜିରୀମିୟ ପ୍ରଧାନ,କୋଷାଧ୍ୟକ୍ଷ ଜୟକାନ୍ତ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିବାବେଳେ ମୁଖ୍ୟବକ୍ତା ଭାବେ ଆଚାର୍ଯ୍ୟ ସୁଧିରଞ୍ଜନ ସାମନ୍ତରାୟ,କଟକ ଏବଂ ଆଚାର୍ଯ୍ୟ ଅଜୟ କୁମାର ନାଗ,ସମ୍ବଲପୁର ଯୋଗଦେଇ ‘ଖ୍ରୀଷ୍ଟରେ ବୃଦ୍ଧି ପାଇବା (୨ୟ ପିତର ୩: ୧୪-୧୮)ପ୍ରସଙ୍ଗ ନେଇ ପବିତ୍ର ଧର୍ମଗ୍ରନ୍ଥ ବାଇବେଲରୁ ବାକ୍ୟ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ଆୟୋଜନ କମିଟି ସଭାପତି ଆଚାର୍ଯ୍ୟ ଆଲୋକ ପ୍ରଧାନ ପରିଚାଳନା କରିଥିବା ବେଳେ ସମ୍ପାଦକ ପବିତ୍ର ନାୟକ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *