
ଜି.ଉଦୟଗିରି,୦୮/୦୫ (ନୀଳମାଧଵ ପ୍ରଧାନ )ଜି.ଉଦୟଗିରି ପୋଲିସ ଥାନାରେ ୟୁନିସେଫ ସହାୟତାରେ ଆଭାସୀ ମାଧ୍ୟମରେ ଆଜି ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଥାନା ଅଧିକାରୀ ବିଜୟ କୁମାର ସ୍ବାଇଁଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ଏ.ଶିବା ରେଡୀ(ଆଇ ପି ଏସ) ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ମହିଳା ଏବଂ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ସାଧାରଣତଃ ଛାତ୍ରଛାତ୍ରୀମାନେ ମୋବାଇଲରେ ପାଠ ପଢିବା ସମୟରେ ଅସାବଧାନତା ବସତଃ ଅଜଣା ଲିଙ୍କ କୁ ଖୋଲିଦେଲେ ସାଇବର ଠକର ସମ୍ମୁଖୀନ ହୋଇଥାନ୍ତି।ଫଳର ଅଭିଭାବକ ତଥ ସେମାନେ ବିଭିନ୍ନ ପ୍ରକାରର ସାଇବର ଠକର ସମ୍ମୁଖୀନ ହୋଇ ଧନ ଜୀବନ ହାନୀ ହୋଇଥାନ୍ତି।ଏଣୁ ଏ ସବୁରୁ ରକ୍ଷା ପାଇବା ପାଇଁ କୋଣସି ଅଜଣା ଲିଙ୍କ ଖୋଲିବାନାହିଁ ବା ଅଦରକାରୀ ଆପକୁ ମଧ୍ୟ ବ୍ୟବହାର କରିବାନାହିଁ ବୋଲି ଥାନା ଅଧିକାରୀ ଶ୍ରୀ ସ୍ବାଇଁ ମତପ୍ରକାଶ କରିଥିଲେ।ଏଥି ସହିତ ଖାସକରି ମହିଳା ଏବଂ ନାବାଳିକାମାନେ ସ୍କୁଲରେ ହେଉ ଅଥବା କାର୍ଯ୍ୟକ୍ଷେତ୍ରରେ ଯଦି କୌଣସି ଅସୁବିଧାର ସମ୍ମୁଖିନ ହୁଅନ୍ତି ତେବେ ଭୟ ନକରି ପୋଲିସ ନିକଟକୁ ଆସନ୍ତୁ ଆମ୍ଭେ ସର୍ବଦା ସହଯୋଗ କରିବୁ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ରେଡି ସୁଚନା ଦେଇଛନ୍ତି।କାର୍ଯ୍ୟକ୍ରମ ଶେଷରେ ପିଲାମାନେ ଥାନା ପରିସର ବୁଲି ଦେଖିଥିଲେ।ଏହି କାର୍ଯ୍ୟକ୍ରମରେ ଏସଆଇ ରୁପକ ଦଳେଇ,ପ୍ରଦୀପ ରାଉଳ,ଏଏସଆଇ ବୁଲୁ ବେହେରା,ରବିନ୍ଦ୍ର କୁମାର ସେଠୀଙ୍କ ସହ ସମସ୍ତ କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି, ସିଡିପିଓ କଳ୍ପନା ଶତପଥି, ଅଙ୍ଗନବାଡି କର୍ମୀଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
