ପ୍ରେସ କ୍ଲବ ତରଫରୁ ମାଟ୍ରିକ ଟପର ଅଭିଳାଷ ଙ୍କୁ ସମ୍ମାନିତ।

ଜି ଉଦୟଗିରି ୦୭/୦୫(ନୀଳମାଧଵ ପ୍ରଧାନ )ଚଳିତ ମାଟ୍ରିକ ପରୀକ୍ଷରେ ଜି ଉଦୟଗିରି ବ୍ଲକ ଟପର, ଜିଲ୍ଲାରେ ଦ୍ଵିତୀୟ ଏବଂ ଇରାଂଜି ରେ ୯୭ ମାର୍କ ରଖି ରାଜ୍ୟ ରେ ପ୍ରଥମ ହୋଇଥିବା ଅଭିଳାଷ ପଟ୍ଟନାୟକ ଙ୍କୁ ପ୍ରେସ କ୍ଳବ ତରଫରୁ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଛି। ପ୍ରେସ କ୍ଳବ ସଭାପତି ରାମ କୃଷ୍ଣ ଚୌଧୁରୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅଭିଳାଷ ତାଙ୍କର ସଫଳତା ପଛରେ ଥିବା ବାପା, ମା, ଗୁରୁଜୀ ମାନଙ୍କ ଭୂମିକା ସହିତ ବିଭିନ୍ନ ପୁସ୍ତକ, ଇଣ୍ଟେର୍ନେଟ ସୁବିନିଯୋଗ କରିବା ସହିତ ଦୃଢ ମନବଳ ସଫଳତା ର ଚାବିକାଠି ବୋଲି କହିଥିବା ବେଳେ ବାପା ଡା ସତ୍ୟନାରାୟଣ ପଟ୍ଟନାୟକ ଜଣେ ବାଭିଭାବକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯାହା କୁ ସମସ୍ତ ଅଭିଭାବକ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି ବୋଲି କହିଥିଲେ। ବୈଠକ ରେ ସମ୍ପାଦକ ଅନିଲ କୁମାର ଦଳବେହେରା ଙ୍କ ସହିତ ଉପ ସଭାପତି ପ୍ରସନ୍ନ କୁମାର ମିଶ୍ର, କୋଷାଧକ୍ଷ ସଞ୍ଜୟ କୁମାର ମହନ୍ତି, ସଂଗଠନ ସମ୍ପାଦକ ଏ ନ ରାଜା ରାଓ, କାର୍ଯ୍ୟକାରେଣୀ ସଭ୍ୟ ଦେବନାଥ ଦଳ ବେହେରା, ବଟ କୃଷ୍ଣ ଦାଶ, ଦୁର୍ଗା ମାଧବ ପଟ୍ଟନାୟକ, ପି ସଂଜୀବ କୁମାର ପାତ୍ର,ନୀଳମାଧଵ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷ ରେ ସମ୍ପାଦକ ଅନିଲ କୁମାର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ସେହିଭଳି ଭାବରେ ଜି ଉଦୟଗିରି ଏ ନ ଏ ସି ୯ନମ୍ବର ୱାର୍ଡ କାଉ ନ ସିଲର ଲଷ୍ମୀପ୍ରିୟା ପରିଛା ମାଟ୍ରିକ ପରୀକ୍ଷା ରେ ସଫଳତା ପାଇଥିବା ଅଭିଳାଷ ପଟ୍ଟନାୟକ ଙ୍କ ଘରେ ପହଂଚି ଉତ୍ତତୀୟ ସହିତ ଫୁଲତୋଡ଼ା ସଂମ୍ମାନିତ କରିବା ସହିତ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ଏଥିରେ ଶିକ୍ଷକ ଜିତେନ୍ଦ୍ର କୁମାର ସାମଲ, ରମାକାନ୍ତ କର ଙ୍କ ସହିତ ପୂର୍ବତନ ଅଧକ୍ଷ ସଂଜୀବ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *