ନିଜ ସ୍କୁଲ ପରିସରରେ ଚାରା ରୋପଣ କଲେ ମାଟ୍ରିକ ଟପର ଅଭିଳାଷ ।

ଜି ଉଦୟଗିରି୧୧/୦୫(ନୀଳମାଧଵ ପ୍ରଧାନ ) ଚଳିତ ମାଟ୍ରିକ ପରୀକ୍ଷାରେ ଜି ଉଦୟଗିରି ବ୍ଲକ ଟପର, ଜିଲ୍ଲାରେ ଦ୍ଵିତୀୟ ଏବଂ ଇରାଂଜି ରାଜ୍ୟରେ ଭାଷାରେ ପ୍ରଥମ ହୋଇଥିବା ହବାକ ହାଇ ସ୍କୁଲ ଛାତ୍ର ଅଭିଳାଷ ପଟ୍ଟନାୟକ ଙ୍କୁ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଉପଢୌକନ ସହିତ ଚାରା ଦେଇ ସମ୍ମାନିତ କରିଥିଲେ। ଏବେ ସେହି ଚାରା କୁ ଅଭିଳାଷ ନିଜ ସ୍କୁଲ ପରିସରରେ ରୋପଣ କରିଛନ୍ତି.। ସ୍କୁଲ୍ ଉଦ୍ୟାନ ପରିସରରେ ବୃକ୍ଷ ରୋପଣ କରାଯାଇଥିବା ବେଳେ ବରିଷ୍ଠ ଶିକ୍ଷକ ବିଜୟ କୁମାର ମିଶ୍ର , ମୃତ୍ୟୁଞ୍ଜୟ ପ୍ରଧାନ, କୃଷ୍ଣ ଚନ୍ଦ୍ର ପ୍ରଧାନ ସହିତ ଅଭିଭାବକ ଡା. ସତ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖଉପସ୍ଥିତ ରହିଥିଲେ

Leave a Reply

Your email address will not be published. Required fields are marked *