
ମାଲକାନଗିରି ଜିଲ୍ଲା ପ୍ରତିନିଧି (ହିମାଂଶୁ ଶେଖର ସ୍ବାଇଁ)୨୨/୦୫/ଖଇରପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ୫ ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଆଜି ସକାଳ ୧୧ ଟା ସମୟରେ ଖଇରପୁଟ ବିଜୁ ଜନତା ଦଳର ସଭାପତି ସାଧୂ ହନ୍ତାଳ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବର୍ତ୍ତମାନ ର ପ୍ରଶାସନିକ ଅବହେଳା ଓ ଜନ ପ୍ରତିନିଧିଙ୍କୁ ଅଣଦେଖା ସମ୍ପର୍କିତ ୫ ଦଫା ଅଭିଯୋଗ ପତ୍ର ବିଡିଓ ଶ୍ରୀମତୀ ଅର୍ପୀତା ମହାନ୍ତି ଙ୍କୁ ପ୍ରଦାନ କରିଛନ୍ତି, ଉକ୍ତ ଅଭିଯୋଗ ଗୁଡିକ ହେଲା ୧. ପଞ୍ଚାୟତ ସମିତିରେ ପଞ୍ଚାୟତ ପ୍ରତିନିଧି ଯଥା:- ସରପଞ୍ଚ, ସମିତି ସଭ୍ୟ ଙ୍କ ଗୁରୁତ୍ୱ ରହୁନାହିଁ ୨. ବ୍ଲକ ର ବିଭିନ୍ନ ପଞ୍ଚାୟତ ର ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭତା ପାଇବାରୁ ଅନେକ ହିତାଧିକାରୀ ବଞ୍ଚିତ ହେଉଛନ୍ତି।୩. ପଞ୍ଚାୟତ ପ୍ରତିନିଧି ଙ୍କ ଦ୍ୱାରା ଦିଆଯାଉଥିବା ପ୍ରକଳ୍ପ ଗୁଡିକୁ ପଞ୍ଚାୟତ ସମିତି ରେ ଗୁରୁତ୍ୱ ଦିଆନଯାଇ ବିଧାୟକ ଏବଂ ସାଂସଦ ଙ୍କ ପ୍ରକଳ୍ପ ଗୁଡିକୁ ଅନୁମୋଦନ ଦିଆଯାଉଛି ୪. ବ୍ଲକ କୁ ବି.ଜେ.ପି, କଂଗ୍ରେସ ନେତା ନିଜ କାର୍ଯ୍ୟାଳୟ ରେ ପରିଣତ କରିଛନ୍ତି ୫. ବିକଶିତ ଗାଁ ବିକଶିତ ଓଡିଶା ଆସୁଥିବା କାମକୁ ବିଧାୟକ ଓ ସାଂସଦ ନିଜ ନିଜ କର୍ମୀ ଙ୍କ ମଧ୍ୟରେ ବାଣ୍ଟି ନେଉଛନ୍ତି ବୋଲି ଦର୍ଶାଇ ଥୁବା ଦାବିପତ୍ର ପ୍ରଦାନ କରି ଦଳୀୟ ସଭାପତି କହିଛନ୍ତି ଯେ ଆଗାମୀ ୧୫ ଦିନ ମଧ୍ୟରେ ଉପରୋକ୍ତ ଦାବିଗୁଡିକର ଯଥାସାଧ୍ୟ ସମାଧାନ ନକରାଗଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି । ବିଡିଓ ଶ୍ରୀମତୀ ମହାନ୍ତି ଉପୋରକ୍ତ ଦାବି ସମ୍ପର୍କରେ ତର୍ଜମା କରି ଏହାର ଆଶୁ ସମାଧାନ କରିବେ ବୋଲି ଆଶ୍ୱାସନା ଦେଇଛନ୍ତି । ଆଜି ଏହି ଅବସରରେ ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ , ଗୋବିନ୍ଦପାଲି ପଞ୍ଚାୟତ ସରପଞ୍ଚ ତଥା ସରପଞ୍ଚ ସ°ଘ ସଭାପତି ଶ୍ରୀନିବାସ ମୁଦୁଲି, ବଡଡୁରାଲ ସରପଞ୍ଚ ଭିକାରୀ କିର୍ଷାନୀ, ମାଡକାପଦର ସରପଞ୍ଚ ଡମ୍ବରୁ ଶିଷା, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ପରକାନମାଳା ସମିତି ସଭ୍ୟ ରାମ ମଲଲୀ, ଦଳୀୟ ଯୂବ ନେତା ଚିତ୍ତରଞ୍ଜନ ପଟ୍ଟନାୟକ, କଦମଗୁଡା ସଭାପତି ରଘୁ କିର୍ଷାନୀ , ବିନୋଦ ଖରା , ବିକ୍ରମ ପାଙ୍ଗୀ, ନନ୍ଦ ଗୈଡ, ଜଗନ୍ନାଥ ଗୈଡ, ହୃଷିକେଶ ବେହେରା, ଊତୁରାଜ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ ।
