ଯୋଗାଣ ବିଭାଗର ଚଢ଼ାଉ, ଘରୋଇ ଭାରତ ଗ୍ୟାସ ବ୍ୟାପକ କଳାବଜାରୀ ୧୪୦ ଲିଟର ପେଟ୍ରୋଲ ଓ ଡିଜେଲ ଜବତ, ଯୋଗାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ।

ଜି ଉଦୟଗିରି ୨୨/0୫ (ନୀଳମାଧଵ ପ୍ରଧାନ )ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏବେ ଗ୍ୟାସଓ ତୈଳ ସଙ୍କଟ ଦେଖାଦେଇଥିବା ବେଳେ ବହୁ ପେଟ୍ରୋଲ ପମ୍ପରେ ତେଲ ନଥିବା ଖବର ବିଭିନ୍ନ ଗଣମାଧ୍ୟମରୁ ଜଣାପଡିଛି।ଏପରି ସ୍ଥଳେ ଜି.ଉଦୟଗିରି ପେଟ୍ରୋଲ ପମ୍ପ ମଧ୍ୟ ମଝିରେ ମଝିରେ ତୈଳ ମିଳୁନାହିଁ।ଏହାର ସୁଯୋଗ ନେଇ ଜି.ଉଦୟଗିରି ଅଞ୍ଚଳର କିଛି ଅସାଧୁ ବ୍ୟବସାୟୀ ଅଧିକ ଦାମରେ ଚୋରାରେ ପେଟ୍ରୋଲ ଡିଜେଲ ବିକ୍ରୀ କରୁଥିବା ନେଇ ଯୋଗାଣ ବିଭାଗ ଖବରପାଇ ଗୁରୁବାର ଦିନ ଜିଲ୍ଲା ଯୋଗାଣ ଅଧିକାରୀ ଅଞ୍ଜନ କୁମାର ଡିଗାଲଙ୍କ ନେତୃତ୍ବରେ ଏକ ଟିମ ଜି.ଉଦୟଗିରିର କିଛି ଦୋକାନରେ ଚଢାଉ କରିଥିଲେ।ସେ ସମୟରେ ସ୍ଥାନୀୟ ଶ୍ରୀରାମପଦା ସ୍ଥିତ ଏସ ଏସ ଏସ ହାର୍ଡଓ୍ବେର ଦୋକାନରୁ ଚଢାଉ କରି ୧୪୦ଲିଟର ପେଟ୍ରୋଲ ଓ ଡିଜେଲ ଜବତ କରିଥିବା ବେଳେ, ଘୋରାଇ ଜାଲେଣି ଭାରତ ଗ୍ୟାସ ବ୍ୟାପକ କଳାବଜାର ହୋଇଥିବା ଦେଖିବାକୁ ମିଳିଛି l ଅପପକ୍ଷେ ଯୋଗାଣ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାରୁ ଖାଉଟି ନାହିଁ ନଥିବା ଅସୁବିଧାର ଶମ୍ବୁଖିନ ହେଉଥିବା ର ଅଭିଯୋଗ ହୋଇଛିl ସରକାରଙ୍କ ବିନା ଅନୁମତିରେ ବିକ୍ରୀ କରୁଥିବାରୁ ମାଲିକ ଦୁର୍ଗା ଦାସଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଡିଗାଲ ସୁଚନା ଦେଇଛନ୍ତି।ଏହି ଚଢାଉରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଡିଗାଲଙ୍କ ସମେତ ଅତିରିକ୍ତ ଯୋଗାଣ ଅଧିକାରୀ,ବାଲିଗୁଡା ମାୟାଧର ସାହୁ, ଏସିଏସଓ,ଫୁଲବାଣୀ ଥଣ୍ଡୁରାମ ନାୟକ,ଟିକାବାଲି ଯୋଗାଣ ଅଧିକାରୀ କିରଣ ବେହେରା ପ୍ରମୁଖ ସାମିଲ ଥିଲେ।ଅପରପକ୍ଷେ ହୋଟେଲ ମାନଙ୍କରେ ଘରୋଇ ଗ୍ୟାସ ବ୍ୟବହାର ଖୋଲମଖୁଲା ବ୍ୟବହାର ହେଉଥିବା ଶୁଣିବାକୁ ମିଳୁଥିବା ବେଳେ ସେଠି କେବେ ଚଢାଉ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି lପ୍ରକାଶ ଥାଉକି ଗୁରୁବାର ଦିନ ଯୋଗାଣ ବିଭାଗ ପକ୍ଷରୁ ଚଢାଉ ହୋଇଥିଲେ ସୁଦ୍ଧା ତାକୁ ଖାତିର ନକରି ଶୁକ୍ରବାର ଦିନ ପୁଣି ଜି.ଉଦୟଗିରି ଅଞ୍ଚଳରେ ବାହାରେ ପେଟ୍ରୋଲ ଡିଜେଲ ବିକ୍ରୀ ହେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *