
ଜି ଉଦୟଗିରି ୨୬/ ୦୬(ନୀଳମାଧବ ପ୍ରଧାନ )
ଜି ଉଦୟଗିରି ସହର କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ସହର ହୋଇଥିବା ବେଳେ ଯାତାୟାତ ପାଇଁ ସରକାରୀ ବସ୍ ସେବା ଯଥେଷ୍ଟ ହେଉନଥିବା ଦୀର୍ଘ ବର୍ଷ ହେଲା ଦାବୀ ହେଇଆସୁଛି। କୌଣସି ସରକାରୀ ବସ୍ ର ଷ୍ଟାର୍ଟଙ୍ଗ ପଏଣ୍ଟ ହୋଇନଥିବା ବେଳେ ଏହି ରୁଟ ଦେଇ କୌଣସି ଜଗନ୍ନାଥ ଏକ୍ସପ୍ରେସ ଯାଉନାହିଁ। ଜି ଉଦୟଗିରି ରୁ ପଶ୍ଚିମ ଓଡିଶା ର ସମ୍ବଲପୁର, ବୁର୍ଲା, ଝାରସୁଗୁଡା,ସୁନ୍ଦରଗଡ଼, ରାଉରକେଲା ସେହିପରି ଦକ୍ଷିଣ ଓଡିଶା ର ଛତ୍ରପୁର, ବ୍ରହ୍ମପୁର, ଗଂଜା, ହୂମ୍ମା,ଯାତାୟାତ ପାଇଁ ସରକାରୀ ବସ୍ ସୁବିଧା ନାହିଁ। ଲୋକେ ସିଧାସଳଖ ପୁରୀ ଯାଇ ଜଗା ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି।ଦୀର୍ଘ ୧୫ ବର୍ଷ ହେଲା ଏହି ଦାବୀ ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳୁନି। ଅଞ୍ଚଳ ବାସି ବାରମ୍ବାର ବିଭାଗୀୟ ମନ୍ତ୍ରୀ ଅଧିକାରୀ ଙ୍କ ସହିତ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମଧ୍ୟ ସାଧାରଣ ଗୋଟିଏ ବସ୍ ର ରୁଟ ପରିବର୍ତନ ହୋଇ ପାରିନି। ଏବେ ବିଭାଗୀୟ ମନ୍ତ୍ରୀ ଙ୍କ କନ୍ଧମାଳ ଗ୍ରସ୍ତ ଥିବା ବେଳେ ଅଞ୍ଚଳବାସୀ ପୁଣିଥରେ ସାକ୍ଷାତ କରି ଅଂଚଳ କୁ ସରକାରୀ ବସ୍ ସେବା ଯୋଗାଇ ଦେବା ପାଇଁ ଆଲୋଚନା କରିଛନ୍ତି। କେତେକ ବସ୍ ରୁଟ ପରିବର୍ତନ କରିବା ସହିତ କେତେକ ବସ୍ କୁଜି ଉଦୟଗିରି ପର୍ଯ୍ୟନ୍ତ ବଢ଼େଇବା ପାଇଁ ଅନୁରୋଧ କରିଛନ୍ତି। ଯେପରି ଭଞ୍ଜନଗର ରୁ କେନ୍ଦୁଝର, ଭଞ୍ଜନଗର ରୁ ପୁରୀ ଯାଉଥିବା ଦୁଇଟି ବସ୍, ଫୁଲବାଣୀ ରୁ ସମ୍ବଲପୁର ଯାଉଥିବା ଦୁତି ବସ୍ , ବ୍ରହ୍ମପୁର ରୁ କଣ୍ଟାମାଳ, ଭଞ୍ଜନଗର ରୁ ସିମାଞ୍ଚଳ, ରାୟଗଡା ରୁ ପୁରୀ ଏହି ସବୁ ବସ୍ ଗୁଡିକୁ ଜି ଉଦୟଗିରି ଏବଂ ଆଖପାଖ ଅଞ୍ଚରୁ ବାହାରିବା ପାଇଁ ଏକ ପ୍ରସ୍ତାବ ଦେଇଛନ୍ତି। ବାଲିଗୁଡା – କଟକ ରୁଟ ରେ ଭଲଭୋ ଚଳାଚଳ କରିବା ପାଇଁ ଦାବୀ ହୋଇଛି। ଏହା ଦ୍ୱାରା ଅଂଚଳ ର ଯାତାୟାତ ରେ ସୁବିଧା ହେଵ। ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଶିଘ୍ର ପଦକ୍ଷେପ ନେବା ପାଇଁ ଅନୁରୋଧ କରିଛନ୍ତି। ନହେଲେ ଆଗାମୀ ଦିନ ଆନ୍ଦୋଳନ କୁ ବ୍ୟାପକ କରାଯିବ ବୋଲି ଅଞ୍ଚଳ ବାସୀ କହିଛନ୍ତି।
