
ଜି .ଉଦୟଗିରି ୨୬/୦୬(ନୀଳମାଧଵ ପ୍ରଧାନ ), କନ୍ଧମାଳ: ଜିଲ୍ଲାର ଜି .ଉଦୟଗିରି ବ୍ଲକ ଅଧୀନ ସାକାଡ଼ି ଗ୍ରାମରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଲଗାତାର ଜାରି ରହିଥିବା ବେଳେ ବନ ବିଭାଗର କାର୍ଯ୍ୟପ୍ରଣାଳୀକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘଦିନ ଧରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ହାତୀପଲ ବିଚରଣ କରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ପ୍ରଭାବୀ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ଗ୍ରାମବାସୀଙ୍କ କହିବାନୁସାରେ, କିଛି ମାସ ପୂର୍ବରୁ ଜଙ୍ଗଲି ହାତୀ ଆକ୍ରମଣରେ ଅଞ୍ଚଳର ୫ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଘର ଓ ଚାଷଜମିର ବ୍ୟାପକ କ୍ଷତି ହୋଇଥିଲା। ଏହା ପରେ ମଧ୍ୟ ସ୍ଥାୟୀ ପଦକ୍ଷେପ ନିଆଯାଇନଥିବାରୁ ଲୋକମାନେ ଭୟ ଓ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି।ସମ୍ପ୍ରତି ସାକାଡ଼ି ଗ୍ରାମରେ ହାତୀ ଉପଦ୍ରଵ ରେ ଏକ ମଠ ଘର ସମ୍ପୂର୍ଣ୍ଣ ଧ୍ୱଂସ ହେବା ସହ ଅନେକ ପରିବାରର ଘର ଏବଂ ଫସଲ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବନବିଭାଗ କୌଣସି ପାଟ୍ରୋଲିଂ, ସତର୍କତା ବାର୍ତ୍ତା କିମ୍ବା ହାତୀ ଘଉଡ଼ାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇନାହାନ୍ତି। ବନ ବିଭାଗର ଏହିଭଳି ନିଷ୍କ୍ରିୟତା କାରଣରୁ ଆମ ଜୀବନ ଓ ସମ୍ପତ୍ତି ସର୍ବଦା ବିପଦ ମଧ୍ୟରେ ରହିଛି। ଘଟଣା ଘଟିବା ପରେ ପରେ ମଧ୍ୟ କୌଣସି ବନ ବିଭାଗ ଅଧିକାରୀ କି କର୍ମଚାରୀ ଘଟଣାସ୍ଥଳକୁ ଆସି ତଦନ୍ତ କରିନାହାନ୍ତି, ଯାହା ସେମାନଙ୍କର ଅବହେଳାକୁ ପ୍ରମାଣିତ କରୁଛି। ମଠ ପରିଚାଳକ ସଚିନ୍ଦ୍ର ପ୍ରଧାନ, ଅଶୋକ ମଲ୍ଲିକ, ବୁଲା ପ୍ରଧାନ , ଉଦ୍ୟ ଅନ୍ୟାନ୍ୟ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ବାରମ୍ବାର ଜି .ଉଦୟଗିରି ବନାଞ୍ଚଳ ଅଧିକାରୀ ଫରେଷ୍ଟର ଏବଂ ସମ୍ପୃକ୍ତ ଫରେଷ୍ଟ ଗାର୍ଡଙ୍କୁ ଅବଗତ କରାଇଥିଲେ ମଧ୍ୟ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇନଥିଲେ ।ଏହି ଘଟଣାକୁ ନେଇ ସଚିନ୍ଦ୍ର ପ୍ରଧାନ, ଅଶୋକ ମଲ୍ଲିକ, ବୁଲା ପ୍ରଧାନ , ଉଦ୍ୟ ନାୟକ, ଅଶୋକ ନାୟକ, ହେମନ୍ତ ପ୍ରଧାନ ରାଜେଶ୍ ପ୍ରଧାନ, ଫିରୋଜ ପ୍ରଧାନ
