ନାୟାର ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇ ମୋଟରସାଇକେଲ ଚାଳକ ହଟହଟା ।

ବେଲଗୁଣ୍ଠା,୨୯/୦୬,ଗତ କିଛି ଦିନ ହେବ ବେଲଗୁଣ୍ଠା ନାୟାର ପେଟ୍ରୋଲ ପମ୍ପରେ ତେଲ ପଳାଇବା ପରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଗାଡ଼ି ଠିକ୍ ଠାକ୍ ଚାଲୁଥିବା ବେଳେ ଏଠାରେ ତେଲ ପଳାଇବା ପରେ କିଛି ସମୟ ଗାଡ଼ି ଚାଲିବା ପରେ ଗାଡ଼ି ବନ୍ଦହୋଇଯିବା ସହିତ ଏହାକୁ ଧକ୍କା ମାରିବାର ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତାଘାଟରେ ମୋଟର ସାଇକେଲ ଗୁଡ଼ିକ ବନ୍ଦ ହୋଇଯିବା ଯୋଗୁଁ ଗ୍ୟାରେଜ୍ ମେକାନିକ୍ ମାନଙ୍କୁ ଡାକରା ପଡୁଛି। ଗ୍ୟାରେଜ କର୍ମଚାରୀ ମାନେ ଗ୍ୟାରେଜକୁ ଗାଡ଼ି ବୋହି ଆଣୁଥିବା ଦେଖିବାକୁ ମିଳୁଛି। ସୂଚନା ପ୍ରକାରେ ଗତ ଚବିଶି ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଚାରି ଦିନ ମଧ୍ୟରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଗାଡ଼ି ବାଟରେ ଅଟକି ଥିବା ବିଭିନ୍ନ ଗ୍ୟାରେଜ ମାଲିକ ମାନେ ପ୍ରକାଶ କରିଛନ୍ତି। ଦୁଇ ଦିନ ମଧରେ କେବଳ ବେଲଗୁଣ୍ଠା ସହର ୩୦ ରୁ ଉର୍ଦ୍ଧ ବାଇକ ରାସ୍ତାରେ ଅଟକି ଯାଇ ଡାଲା ଅଟୋରେ ଗାଡି କୁ ବୋହି ଅଣାଯାଇଥିବା ଖବର ମିଳିଛି l ତେଲରେ ଇଥାନଲ ଅଧିକ ମିଶୁଥିବାରୁ କିମ୍ବା କମ୍ ମିଶି ଯାଉଥିବାରୁ ଏହିପରି ଅସୁବିଧା ହେଉଥିବା ଗ୍ୟାରେଜ୍ ମେକାନିକ ମାନେ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଦୁଇ ଦିନ ମଧ୍ୟରେ ଏହି ତେଲ ଟାଙ୍କିରେ ତେଲ ପକାଇବା ଗାଡ଼ି ସଂଖ୍ୟା କମିଥିବା ବେଳେ ଯେଉଁମାନେ ଜାଣି ନାହାଁନ୍ତି ଏଠାରେ ତେଲ ପକାଇ ବାଟରେ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ଏନେଇ ପ୍ରଶାସନ ତରଫରୁ ତଦନ୍ତ କରାଯାଇ ପ୍ରକୃତ କlରଣକୁ ଖୋଜି ବାହାର କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଇକ୍ ଚଳକମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *