ଜେକେପୁର ଅମଲାଭଟା (ଆମ୍ବେଦକର) ଛକ ଠାରୁ ଥେରୁବାଲି ଦେଇ ଯାଉଥିବା ୫-ନମ୍ବର ରାଜ୍ୟ ରାଜପଥ ରାସ୍ତାର ତୁରନ୍ତ ମରାମତି କରାଯାଉ ।

ରାୟଗଡା ମହେନ୍ଦ୍ର କନ୍ଧପାଣି (୩୧/୦୮)ରାୟଗଡା ଜିଲ୍ଲା ର
ଜେକେପୁର ଅମଲାଭଟା (ଆମ୍ବେଦକର) ଛକ ଠାରୁ ଥେରୁବାଲି ଦେଇ ଯାଉଥିବା ୫- ନମ୍ବର ରାଜ୍ୟ ରାଜପଥ ରାସ୍ତା ଦୀର୍ଘଦିନ ଧରି ଅତ୍ୟନ୍ତ ଖରାପ ଓ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗାତ ସୃଷ୍ଟି ହୋଇଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଅତ୍ୟନ୍ତ ବିପଦ ପୂର୍ଣ୍ଣ ହୋଇପଡ଼ିଛି। ବର୍ତ୍ତମାନ ଏହି ରାଜ୍ୟ ରାଜପଥ ରାସ୍ତାଟି ମରଣଯନ୍ତା ପାଲଟିଛି।
ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ର ଛାତ୍ରୀ, ସରକାରି କର୍ମଚାରୀ, ବ୍ୟବସାୟୀ, ଚାଷୀ, ରୋଗି ଓ ଅନ୍ୟାନ୍ୟ ସାଧାରଣ ଲୋକ ଯାତାୟାତ କରୁଛନ୍ତି।
ବିଶେଷ କରି ବର୍ଷା ସମୟରେ ରାସ୍ତାର ଅବସ୍ଥା ସଙ୍କଟାପନ୍ନ ହୋଇ ଯାଉଛି। ଏହା ଫଳାରେ ଦୁର୍ଘଟଣାର ଆଶଙ୍କା ବଢିବା ସହିତ ଯାନବାହାନ ଚଳାଚଳରେ ମଧ୍ୟ ବହୁତ ଅସୁବିଧା ହେଉଛି।
ଏହି ସମସ୍ୟା ସମ୍ପର୍କରେ ବହୁବାର ସଂପୃକ୍ତ ବିଭାଗ ଓ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାସ୍ତାର ସ୍ଥାୟୀ ମରାମତି ହୋଇପାରିନାହିଁ।ଏଥି ପ୍ରତି ପ୍ରଶାସନ ଯଦି ଦାଇତ୍ୱ ନ ନିଅନ୍ତି ତାହା ହେଲେ ଆମେ ମାନେ ରାଜରାସ୍ତା ଅବରଧ କରି ଆଗାମୀ ଦିନରେ ବଡ ଆନ୍ଦଳନ କରିବୁ ବୋଲି ମତ ରଖିଛନ୍ତି l ଅଞ୍ଚଳ ବାସୀଙ୍କ ଦାବି ଜେକେପୂର୍ ଅମଲାଭଟା(ଆମ୍ବେଦକର)ଛକ ଠାରୁ ଥେରୁବାଲି ଦେଇ ଯାଉଥିବା ୫- ନମ୍ବର ରାଜ୍ୟ ରାଜପଥ ରାସ୍ତାର ତୁରନ୍ତ ମରାମତି କରାଯାଉ।
ରାସ୍ତାର ବଡ଼ ବଡ଼ ଗାତଗୁଡ଼ିକୁ ଶୀଘ୍ର ପୂରଣ କରାଯାଉ।
ରାସ୍ତାର ସ୍ଥାୟୀ ମରାମତି/ପୁନଃ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ। ଦୁର୍ଘଟଣା ରୋକିବା ପାଇଁ ତୁରନ୍ତ ସୁରକ୍ଷାମୂଳକ ବ୍ୟବସ୍ଥା କରାଯାଉ ।

Leave a Reply

Your email address will not be published. Required fields are marked *