ମୈଦଲପୁରରେ ଉତ୍କଟ ଜଳସଙ୍କଟ : ଦୁଇ ବସୁଧା ପାଣି ଟାଙ୍କି ସତ୍ତ୍ବେ ହେଉନି ଜଳଯୋଗାଣ : ଜଳଯୋଗାଣ ନ ହେଲେ ଜାତୀୟ ରାଜ୍ୟ ରାଜପତ ଅବରୋଧ କରିବାକୁ ଚେତାବନୀ ।

ନବରଙ୍ଗପୁର ୩୧/୦୮, (ଚନ୍ଦ୍ର ଶେଖର ହରିଜନ)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ସଦର ମହକୁମାରେ ଦୀର୍ଘଦିନ ଧରି ପାନୀୟ ଜଳସଙ୍କଟ ଲାଗିରହିଛି । ବର୍ଷ ବର୍ଷ ଧରି ବସୁଧା ପାଇପ ଜଳ ଯୋଗାଣ ବ୍ୟାହତ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ମୈଦଲପୁର ସଦର ମହକୁମାସ୍ଥିତ, ମୈଦଲପୁର ଟାଉନ, ବସ୍ ଷ୍ଟାଣ୍ଡ, ତଳସାହି, କମର୍ଲାସାହି, ହରିଜନ ସାହିରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଫେଲ୍ ମାରିଛି । ନିୟମିତ ଜଳଯୋଗାଣ ହେଉ ନ ଥିବା ମୈଦଲପୁର ବାସି କହିଛନ୍ତି । ଅନ୍ୟପଟେ ମୈଦଲପୁର ଅନେକ ସାହିକୁ ପାଇପ୍ଲାଇନ ସଂଯୋଗ ହୋଇଥିଲେ ମଧ୍ୟ ଜଳଯୋଗାଣ ସ୍ବପ୍ନ ପାଲଟିଛି । ବସୁଧା ପାନୀୟ ଜଳ ପାଇଁ ଅଞ୍ଚଳବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖ‌ିବାକୁ ମିଳୁଛି । ଗତ କିଛିଦିନ ହବ ବୋକେୟା କରେଣ୍ଟ ବିଲ ବନ୍ଦା ହୋଇ ନ ଥିବା ଯୋଗୁଁ ମୈଦଲପୁରରେ ଜଳଯୋଗାଣ ଠୋଫ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ ବିଭାଗୀୟ କର୍ତ୍ତୃପକ୍ଷ କିମ୍ବା ବ୍ଲକ ପ୍ରଶାସନ ସହ ପାପଡାହାଣ୍ଡି ବିଡିଓ କପିଳ ଦେବ ସାହୁ ଏଥିପ୍ରତି ଗୁରୁତ୍ବ ଦେଉ ନଥିବା ମୈଦଲପୁର ବାସି ଅଭିଯୋଗ କରିଛନ୍ତି । ମୈଦଲପୁର ସଦର ମହକୁମା ଏବଂ ଡ଼ଙ୍ଗରସାହି ସ୍ଥିତ ଦୁଇଟି ବସୁଧା ଜଳ ଯୋଗାଣ ପ୍ରକଳ୍ପର ପମ୍ପ ଗୃହ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରେ ଦୁଇଟି ଓଭରହେଡ୍‌ ଟ୍ୟାଙ୍କ ନିର୍ମାଣ କରାଯାଇଛି। ଗୋଟିଏ ଟ୍ୟାଙ୍କରେ ୫୦ ହଜାର ଲିଟର ଅନ୍ୟ ଟ୍ୟାଙ୍କରେ ୪୦ ହଜାର ଲିଟର ପାଣି ରହିବାର କ୍ଷମତା ରହିଛି । ଏହା ସତ୍ତ୍ୱେ ଅଞ୍ଚଳରେ ବସୁଧା ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି । ମୈଦଲପୁର ର ପଞ୍ଚାୟତ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ନକରି ପାଣି ଟାଙ୍କିକୁ ଚୂନ ଦେଇ ମରାମତି କରି ଟଙ୍କା ଆତ୍ମସାତ କରାଯାଉଥିବା ମୈଦଲପୁର ବାସୀ ଅଭିଯୋଗ କରିଛନ୍ତି । ପାନୀୟ ଜଳ ସମସ୍ୟା ନେଇ ବିଗତ କିଛି ବର୍ଷ ତଳେ ମୈଦଲପୁର ବାସୀ ଭୁବନେଶ୍ୱର – କଳାହାଣ୍ଡି – ନବରଙ୍ଗପୁର – ଛତିଶଗଡ – କୋରାପୁଟ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଅବରୋଧ କରିଥିଲେ । ଏତେ ବର୍ଷ ପରେ ମଧ୍ଯ ଟିକିଏ ବି ସମସ୍ୟାର ସମାଧାନ ହୋଇପାରି ନ ଥିବା ମୈଦଲପୁର ବାସି କହିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ସରକାର ଦୃଷ୍ଟି ଦେଇ ତୁରନ୍ତ ପାଣି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ବସୁଧା ଜଳଯୋଗାଣ କାର୍ଯ୍ୟାଳୟକୁ ତାଲା ପକାଇବା ସହ ଜାତୀୟ ରାଜ୍ୟ ରାଜପୋତ ବନ୍ଦ କରିବାକୁ ଚେତାବନୀ ଶୁଣାଇଛନ୍ତି ମୈଦଲପୁର ବାସି !

Leave a Reply

Your email address will not be published. Required fields are marked *