ପାପଡାହାଣ୍ଡି ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ |

ନବରଙ୍ଗ ପୁର ୦୧/୦୯ (ଚନ୍ଦ୍ର ଶେଖର ହରିଜନ ) ପାପଡ଼ାହାଣ୍ଡି ରେ ଆଜି ୧ ସେପ୍ଟେମ୍ବର ହୋଇଥିବା ବେଳେ ଭାରତର କୋଣେ ଅନୁକୋଣେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହେଉଛି |ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ଶାଖା ପକ୍ଷରୁ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି |ବ୍ଲକର ଶତାଧିକ ଡ୍ରାଇଭର ପାପଡାହାଣ୍ଡି ସ୍ଥିତ ଡ୍ରାଇଭର ମହାସଂଘ କାର୍ଯ୍ୟାଳୟ ଠାରେ ଏକତ୍ରିତ ହେବା ପରେ ସ୍ଥାନୀୟ ଶିବ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ସହିଦ ମିନାର ଠାରେ ପହଂଚିଥିଲେ |ସେଠାରେ ଏକ ବୈଠକର ଆୟୋଜନ କରାଯାଇଥିଲା |ବୈଠକରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଉପାଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ବେହେରା ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଚନ୍ଦ୍ରଶେଖର ମାଝୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ |ମଞ୍ଚାସିନ ଅତିଥିମାନେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ଉପରେ ନିଜ ନିଜ ଅବିଭାଷଣ ରଖିବାକୁ ଯାଇ ଡ୍ରାଇଭର ମାନଙ୍କ ଇନ୍ସୁରାନ୍ସ,ମଦ୍ୟପାନ କରି ଗାଡି ନଚଲେଇବା, ଦ୍ରୁତ ଗତିରେ ଗାଡି ନଚଲେଇବା, ଗାଡି ଚଳେଇଲା ବେଳେ, ହେଲମେଟ, ସିଟବେଲ୍ଟ ଆଦି ବ୍ୟବହାର କରିବା, ସଡ଼କ ସୁରକ୍ଷାର ନୀତିନିୟମ ସବୁ ମାନିବା ଭଲି ବିଭିନ୍ନ ବିଷୟ ଉପରେ ପରାମର୍ଶ ଦେଇଥିଲେ |ଏହି ଡ୍ରାଇବର ଦିବସରେ ସଭାପତି ଡମୁରୁ ଭତ୍ରା ଉପ ସଭାପତି ସୁବୋଜ ସୋଗୋରିଆ ସୋମ୍ପାଦକ ଶୀତୁନ ବେନିଆ ସ ସୋମ୍ପାଦକ ଯୁଗଳ କିଶୋର ଜାନି ଉପଦେଷ୍ଟା ବଳି ବାଘ କୋଷାଦକ୍ଷ ଦେବୀ କୁଲଦୀପ ସଦସ୍ୟ ଅଭି. ରିଙ୍କୁ. ସିରଧର. ଭାସ୍କୋର. ଟଙ୍କଧର. ମୀନ ହରିଜନ. କନେଇ. ସୁଶାନ୍ତ ଆଶିଷ. ୯୦ ରୁ ଉର୍ଦ୍ଧ ପ୍ରମୁଖ ଉପସ୍ଥିତ ରହିଥିଲେ |

Leave a Reply

Your email address will not be published. Required fields are marked *