ଗଣେଶ ପୂଜା ପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ, ଶୃଙ୍ଖଳିତ ପୂଜା ପାଇଁ ଆହ୍ୱାନ ।

ଜି ଉଦୟଗିରି ୧୧/୦୯(ନୀଳମାଧଵ ପ୍ରଧାନ )ଆଗ କୁ ଆସୁଛି ଗଣେଶ ପୂଜା ଏଥି ପୂଜା ମଣ୍ଡପ ଗୁଡିକରେ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ଶୃଙ୍ଖଳାର ସହିତ ପୂଜା ପରିଚାଳନା କରିବା ପାଇଁ ପୁଲିସ ପକ୍ଷ ରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆଜି ଜି ଉଦୟଗିରି ପୁଲିସ ପକ୍ଷ ରୁ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ ତତ୍ୱାବଧାନ ରେ ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତା ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ପୂଜା ମଣ୍ଡପ ଗୁଡିକ ଯେପରି ରାସ୍ତା ଅବରୋଧ ନକରିବା ,ବିକଟାଳ ଶବ୍ଦ ନ କରିବା,ଶୃଙ୍ଖଳିତ ଭାବେ ଶୋଭାଯାତ୍ରା ସହିତ ଭସାଣି କରିବା , ସାଂସ୍କୃତିକ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଆଲୋଚନା ହୋଇଥିଲା। ବିଭିର୍ଣ୍ଣ ପୂଜା ମଣ୍ଡପ ଗୁଡିକ ତରଫରୁ କର୍ମକର୍ତା ଏଥିରେ ଯୋଗ ଦେଇଥିବା ବେଳେ ସେମାନଙ୍କ କାର୍ଯ୍ୟକ୍ରମ ସୂଜୀ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *