କୁଡୁମୁଲୁଗୁମା ଠାରେ ଆୟୋଜିତ ଶକ୍ତି ଶ୍ରୀ କାର୍ଯ୍ଯକ୍ରମ ଅନୁଷ୍ଠିତ।

ମାଲକାନଗିରି ୧୧/୦୯ (ହିମାଂଶୁ ଶେଖର ସ୍ବାଇଁ)ଡାରଞ୍ୱିନ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ କୁଡୁମୁଲୁଗୁମା ଠାରେ ଆୟୋଜିତ ଶକ୍ତି ଶ୍ରୀ ଯୋଜନା ର କ୍ୟାରିୟର କାଉନସେଲିଂ ଓ ବ୍ୟକ୍ତିତ୍ଵ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାର ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ଗୁପ୍ତ ମାଡ଼ି ଓବରିଷ୍ଠ ସହକାରୀ ନିୟୋଜନ ଅଧିକାରୀ ଚିନୁ କୁମାର ଯୋଗୋ ଦେଇଥିଲେ ।ଶ୍ରୀ ଗୁପ୍ତ ମାଡ଼ି ଉପସ୍ଥିତ ଥିବା ଛାତ୍ରୀ ମାନଙ୍କୁ ନିଜର ରୁଚି, ଦକ୍ଷତା ଯୋଗ୍ୟତା ଓ ଲକ୍ଷ୍ୟ ଅନୁସାରେ କିପରି ଉପଯୁକ୍ତ କ୍ୟାରିୟର ବାଛି ପାରିବେ ଓ ଏହା ଦ୍ବାରା ନିଜର ଶକ୍ତି , ଦୁର୍ବଳତାକୁ ବୁଝି ଭବିଷ୍ୟତ ପାଇଁ ଠିକ୍ ନିଷ୍ପତ୍ତି ନେବେ କହିଥିଲେ ଏବଂ ବ୍ୟକ୍ତିତ୍ଵ ବିକାଶରେ ଜଣେ ଛାତ୍ରୀ ର ଆତ୍ମ ବିଶ୍ବାସ, ଯୋଗାଯୋଗ ଦକ୍ଷତା,ଚିନ୍ତାଧାରା,ଆଚରଣ ଓ ନେତୃତ୍ଵ ଗୁଣର ସକାରାତ୍ମକ ବିକାଶ କିପରି ହେବ ଏବଂ ଜଣେ ଅନ୍ୟମାନଙ୍କ ସହ ସୁସଂପର୍କ ରଖି ଜୀବନରେ ଆତ୍ମ ବିଶ୍ବାସ ର ସହିତ ଆଗକୁ ବଢ଼ିବାରେ ସାହାଯ୍ୟ କରିପାରିବ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ । ଶେଷରେ ଶକ୍ତି ଶ୍ରୀ ସଂଯୋଜିକା ସଞ୍ଜିତା ଖୋସ୍ଲା ଉପସ୍ଥିତ ଥିବା ଅତିଥି, ମହାବିଦ୍ୟାଳୟ ର କର୍ମଚାରୀ ଯୋହନ କରା, ବିଶ୍ୱଜିତ୍ ମହାନ୍ତି,ମଧୁମିତା ବିଶ୍ଵାଳ, ଶ୍ରୀଦେବୀ ପରିଡ଼ା,ପୁନମ ପ୍ରିଦର୍ଶିନି ଦାସ, ତୃପ୍ତିମୟୀ ଜେନା, ସମସ୍ତ ଛାତ୍ରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *