ପଦାସାହି ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ।

ଜି ଉଦୟଗିରି ୦୯/୧୦(ନୀଳମାଧଵ ପ୍ରଧାନ )ଜି ଉଦୟଗିରି ପଦାସାହି ରେ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ପୂଜା କମିଟି ତରଫରୁ ଚଳିତ ବର୍ଷ ମହାଆଡମ୍ବର ରେ ପାଳନ କରିବା ପାଇଁ ପୂଜା କମିଟି ତରଫରୁ ପୂର୍ଵ ପ୍ରସ୍ତୁତି କରାଯାଇଥିବା ବେଳେ ଆଜି ସମସ୍ତ ରୀତିନୀତି ଅନୁଯାଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି। ବରିଷ୍ଠ ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ ପୁରୋହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଭାଗବତ ଆର୍ଜେଲି, ପୁର୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ କର୍ତ୍ତ।ଭାବେ ପୂଜାରେ ବସିଥିବା ବେଳେ କମିଟି ତରଫରୁ ସନ୍ତୋଷ କୁମାର ବାଘ, ଦୁର୍ଗାମାଧବ ପଟ୍ଟନାୟକ, ପ୍ରଶାନ୍ତ ବଗର୍ତି, ହେମନ୍ତ ପ୍ରଧାନ, ପ୍ରଭାତ ମହାପାତ୍ର, ସଂଜୀବ ପ୍ରଧାନ, କବି ମହାନ୍ତି, ଶଙ୍କର ବାଘ, କାଳିଆ ମହାନ୍ତି, ପ୍ରକାଶ ନାୟକ, ପଞ୍ଚାନନ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ସନ୍ତୋଷ ପ୍ରଧାନ, ରାଜେଶ ପ୍ରଧାନ ଙ୍କ ସହିତ ସାହିର ମହିଳା ମାନେ ଯୋଗ ଦେଇଥିଲେ।ବହୁ ପୁରାତନ ଏହି ପୂଜା ମଣ୍ଡପ ର ସ୍ୱତନ୍ତ୍ରତା ରହିଥିବା ବେଳେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥାଏ।

Leave a Reply

Your email address will not be published. Required fields are marked *