ବୈଜ୍ଞାନିକ ସହାୟକ ତଦନ୍ତ ପରୀକ୍ଷାରେ ସବ-ଇନ୍ସପେକ୍ଟର କେ. ନୀଳାଦ୍ରୀ ରେଡ୍ଡୀ ଓଡ଼ିଶାରେ ଦ୍ଵିତୀୟ ।

ବୁଗୁଡ଼ା, ୧୦/୧୦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ ) : ଓଡିଶା ପୋଲିସ ପକ୍ଷରୁ କଟକର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ୦୯/୧୦/୨୬ ତାରିଖ ଦିନ ଅନୁଷ୍ଠିତ ୭୧ତମ ରାଜ୍ୟ ପୋଲିସ ଡ୍ୟୁଟି ମିଟ୍ ୨୦୨୬ ର ବୈଜ୍ଞାନିକ ସହାୟତା ତଦନ୍ତ (ଫଟୋଗ୍ରାଫି) ପରୀକ୍ଷାରେ ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ସବ-ଇନ୍ସପେକ୍ଟର କେ.ନୀଳାଦ୍ରୀ ରେଡ୍ଡୀ ଦ୍ଵିତୀୟ ସ୍ଥାନ ଅଧିକାର କରି ଗଞ୍ଜାମ ପୋଲିସ ଜିଲ୍ଲା ଓ ବୁଗୁଡ଼ା ପୋଲିସ ଥାନା ପାଇଁ ଗୌରବ ଆଣିପାରିଛନ୍ତି। କଟକ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ଉତ୍ସବରେ ଡି.ଆଇ.ଜି. ପୋଲିସ, ସିଆଇଡି, ସିବି ମଦକର ସନ୍ଦୀପ ସମ୍ପତ, ଆଇପିଏସ୍ କ୍ରାଇମବ୍ରାଞ୍ଚ ୱିଙ୍ଗ ପ୍ରଶାସନ, ବାଲିପଦର ଆଉଟପୋଷ୍ଟର ଏସଆଇ କେ. ନୀଳାଦ୍ରି ରେଡ୍ଡୀଙ୍କୁ ଦ୍ୱିତୀୟ ପୁରସ୍କାର ପ୍ରଦାନ କରିବା ସହ ଅଭିନନ୍ଦନ ଜଣାଇ ଏହି ସଫଳତା ତାଙ୍କର ଉତ୍ସର୍ଗ, ବୃତ୍ତିଗତ ଦକ୍ଷତା ଏବଂ ପୋଲିସ ତଦନ୍ତରେ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ବୋଲି ପ୍ରକାଶ କରିଥିଲେ।ସବ-ଇନ୍ସପେକ୍ଟର କେ.ନୀଳାଦ୍ରୀ ରେଡ୍ଡୀଙ୍କ ରାଜ୍ୟ ସ୍ତରରେ ଏହି ସଫଳତା ପାଇ ଓଡିଶା ପୋଲିସ, ଗଞ୍ଜାମ ପୋଲିସ ଓ ବୁଗୁଡ଼ା ପୋଲିସ ଶ୍ରୀ ରେଡ୍ଡୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *