ଗୋରଖପୁର କ୍ଲଷ୍ଟର ପକ୍ଷରୁ ଶିଶୁ ମହତ୍ସବ “ସୁରଭି 2026 ଅନୁଷ୍ଠିତ ।

ରାୟଗଡ଼ା୧୦/୦୯( ମହେନ୍ଦ୍ର କନ୍ଧପାଣି) କାଶୀପୁର, ବ୍ଲକ ଅନ୍ତର୍ଗତ ମାରିଭଟ୍ଟା ସେବାଶ୍ରମ ବିଦ୍ୟାଳୟ ରେ ପରିସର ମଧ୍ୟ ରେ ଆଜି ବଡ଼ ଯାଖଜଖମ “ଶିଶୁ ମହତ୍ସବ “ସୁରଭି -2026ଅନୁଷ୍ଠିତ ” ହେଇଯାଇଛି ।କାର୍ଯ୍ୟକ୍ରମ ରେ କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ବକୃତ, ରଚନା, ସୁନ୍ଦର ହସ୍ତାକ୍ଷର, ସଂଗୀତ, ଚିତ୍ରାଙ୍କନ, ପତ୍ର ଲିଖନ, ସୃତି ଲିଖନ, ସୃଜନ ଶିଳତା ଓ ନୃତ୍ୟ ଭଳି ପ୍ରତିଯୋଗିତା ସହ ଭୋଜିଭାତ କରାଯାଇଥିଲା l ପରବର୍ତୀ ପର୍ଯ୍ୟୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷ ହେବା ଅନ୍ତିମ ରେ କୃତ୍ତିକାର୍ଯ୍ୟ ହେଇଥିବା ଛାତ୍ର ଛାତ୍ରୀ ଙ୍କୁ ମଞ୍ଚଆସୀନ ଗୁରୁଜନଙ୍କର ଉପସ୍ଥିତି ରେ ପୁରସ୍କାର ବିତରଣ ଓ ମାନ ପତ୍ର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମାରିଭଟ୍ଟା ସେବଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ କୋଟେଶ୍ୱର ବେହରା ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ଏହି ଶିଶୁ ମହାତ୍ସବ ସୁରଭି ୨୦୨୬ କାର୍ଯ୍ୟକ୍ରମ ରେ ଗୋରଖପୁର କ୍ଳଷ୍ଟର ଅନ୍ତର୍ଗତ ୧୪ ଟି ବିଦ୍ୟାଳୟ ର ଛାତ୍ର ଛତ୍ରୀ ଅଂଶଗ୍ରହଣ କରିଥିଲେ।
ଶିକ୍ଷକ ମାନଙ୍କ ମଧ୍ୟରୁ ତଳଢ଼େସ୍କା ପ୍ରଧାନଶିକ୍ଷକ ତେଲେଙ୍ଗା ମାଝୀ, ଚୋରଣୀ ମାରିଭଟା ବିଦ୍ୟାଳୟ ସୁଦର୍ଶନ ସାହୁ, ଦୁଦୁରା ଝଲା ବିଦ୍ୟାଳୟ ମୋହନ ଝୋଡ଼ିଆ ଏହି ଭୋଳି ୧୪ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ର ସୁପରିଚାଳନା ଗୋରଖପୁର କ୍ଳଷ୍ଟର ସିଆରସିସି ଶ୍ରୀ ତୁମେଶ୍ୱର ଝୋଡ଼ିଆ ତୁଲାଇ ଥିଲା।

Leave a Reply

Your email address will not be published. Required fields are marked *