
ନବରଙ୍ଗପୁର ୧୨/୧୦ ( ଚନ୍ଦ୍ର ଶେଖର ହରିଜନ)
ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଏକ ଦୁଷ୍କର୍ମ ଘଟଣା ର ବିଚାରଣା କରି ଅଭିଯୁକ୍ତ ଡେଭିଡ ଗରଡ଼ା କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୩୦,୦୦୦/-ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ,ନବରଙ୍ଗପୁର ଥାନା ଅନ୍ତର୍ଗତ ନବରଙ୍ଗପୁର ସହରର ପୀଡିତା ଗତ ୩୧/୧୦/୨୦୨୫ ତାରିଖ ଦିନ ନବରଙ୍ଗପୁର ଥାନାରେ କେସ ନମ୍ବର ୪୬/୨୫ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ ଡେଭିଡ଼ ଗରଡ଼ା ଜଣେ ମନସ୍ତତ୍ୱ ବିଶାରଦ ଭାବରେ ତାଙ୍କୁ ସମସ୍ତ ମାନସିକ ଅଶାନ୍ତି ରୁ ମୁକ୍ତି ପାଇଁ ଶିକ୍ଷା ଦେଉଥିଲେ ଏବଂ ତାଙ୍କ ପିତାଙ୍କ ପାଖରେ ଜଣେ ସାଉଣ୍ଡ ସିଷ୍ଟମ ଅପରେଟର ଭାବରେ କାମ କରି ପ୍ରାୟ ସମୟରେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ l ପୀଡିତା ଛାତ ଉପରକୁ ଯିବା ସମୟରେ ଅଭିଯୁକ୍ତ ମଧ୍ୟ ସେହି ଛାତ ଉପରକୁ ଯାଇ ବାର୍ତ୍ତାଳାପ କରୁଥିଲେ l ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବଢିଲା ଏବଂ ଦିନେ ହଠାତ ଅଭିଯୁକ୍ତ ପୀଡିତା କୁ ଆଲିଙ୍ଗନ କରିବା ସହ ଇଚ୍ଛା ବିରୋଧ ରେ ଚୁମ୍ବନ ଦେଇଥିଲେ l ଏହି ଘଟଣା ଘଟିଯିବା ପରେ ଗତ ୨୦୨୪ ବର୍ଷ ର ମାର୍ଚ୍ଚ ମାସରେ ପୀଡିତା ଘରେ ଏକାକୀ ଥିବା ବେଳେ ଅଭିଯୁକ୍ତ ହଠାତ ଆସି ପୀଡିତା ରେ ଇଛା ବିରୋଧ ରେ ତାକୁ ଦୁଷ୍କର୍ମ କଲା ଏବଂ ଏହି କଥା ବାହାରେ ପ୍ରଘଟ କଲେ ଜୀବନରେ ମାରିଦେବି ବୋଲି ଧମକ ଚମକ ଦେଲା l ସେ କରିଥିବା ଦୁଷ୍କର୍ମ ଯୋଗୁଁ ପୀଡିତା ର ମାସିକ ଧର୍ମ ବନ୍ଦ ହେବା ଜାଣିବା ପରେ ପୀଡିତା ଉକ୍ତ ଘଟଣା କୁ ଅଭିଯୁକ୍ତ କୁ ଜଣାଇବା ପରେ ଅଭିଯୁକ୍ତ ଏକ ଗର୍ଭ ପରୀକ୍ଷା କିଟ ଦେଇ ତାହାର ଗର୍ଭ ପରୀକ୍ଷା କରାଇଥିଲା ଓ ପୀଡିତା କୁ ପଇଡ଼ ପାଣି ଓ ଅମୃତଭଣ୍ଡା ଖାଇବାକୁ ଦେବା ପରେ ତାହାର ମାସିକ ଧର୍ମ ଠିକ ହୋଇଥିଲା l ଏହାପରେ ପୀଡିତା ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ଚାଲିଯିବା ପରେ ମଧ୍ୟ ସେ ତାକୁ ଭେଟିବା ପାଇଁ ବାଧ୍ୟ କରୁଥିଲା l ଗତ ୨୦୨୫ ମସିହା ସେପ୍ଟେମ୍ବର ମାସ ରେ ଅଭିଯୁକ୍ତ ପୀଡିତା କୁ ଆମେ ବିବାହ କଲେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି କହି କିଛି କାଗଜପତ୍ର ରେ ପୀଡିତା ରେ ଦସ୍ତଖତ ନେଇଥିଲା l କିଛିଦିନ ପରେ ପୀଡିତା ନିଜ ଜେଜେବାପା ଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାହାର ନୃଶଂସତା ଦେଖାଇ ପୀଡିତା ର ପିତାଙ୍କୁ କହିଲା ଯେ, ଯଦି ସେ ତାଙ୍କ ଝିଅ କୁ ତା ପାଖକୁ ନ ପଠାନ୍ତି ତେବେ ସେ ତାହାର ଫୋଟ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ କରିବି ବୋଲି କହି ପରବର୍ତ୍ତୀ ସମୟରେ ପୀଡିତା ର ପିତାମାତା ଙ୍କ କିଛି ଫୋଟ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଥିଲା l ପୋଲିସ ଘଟଣା ର ତଦନ୍ତ କରି ଅଭିଯୁକ୍ତ ଡେଭିଡ ଗରଡ଼ା କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ପେନାଲ କୋଡ଼ ର ଧାରା ୩୫୪, ୫୦୬ ଓ ପକସୋ ଆଇନ ର ଧାରା (୬) ଓ ଧାରା (୧୨) ପ୍ରକାରେ ମାମଲା ରୁଜୁ କରିଥିଲେ ଯାହାର କୋର୍ଟ କେସ ନମ୍ବର ଥିଲା TR-୦୬/୨୫ l ସମସ୍ତ ୧୮ ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ ଗରଡ଼ା କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୩୦,୦୦୦/- ଟଙ୍କା ରେ ଅର୍ଥ ଦଣ୍ଡ ରେ ଦଣ୍ଡିତ କରିଛନ୍ତି କରିଛନ୍ତି l ଜୋରିମାନା ଅନାଦେୟ ଏକ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗ କରିବା ପାଇଁ ନିର୍ଦ୍ଧେଶ ଦେବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ପୀଡିତା କୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି l ସରକାର ଙ୍କ ପକ୍ଷରୁ ସରକାରୀ ଓକିଲ ମୃତ୍ୟୁଞ୍ଜୟ ମହାରଣା ମାମଲା କୁ ପରିଚାଳନା କରୁଥିଲେ l
