
କୁଡୁମୁଲୁଗୁମ୍ମା/ଖଇରପୁଟ ତା:-୧୫/୧୦/( ହିମାଂଶୁ ଶେଖର ସ୍ବାଇଁ)ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସ୍ଥାନୀୟ ପି. ଏମ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୁଡୁମୁଲୁଗୁମ୍ମା ଠାରେ ଅନଷ୍ଠିତ ହୋଇ ଅଛି । ଶିଶୁଙ୍କ ଅନ୍ତର୍ନିହିତ ଗୁଣାବଳିର ବିକାଶ ନିମେନ୍ତ ପ୍ରକୃଷ୍ଟ ମଞ୍ଚ ହେଉଛି ସୁରଭି । ବ୍ଲକ ଅଧିନସ୍ତ ଏଗାର ଗୋଟି କ୍ଲଷ୍ଟରରୁ ୨୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଉଦଘାଟନୀ ସମାରୋହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଗଣ୍ଡଙ୍କ ସଭାପତିତ୍ଵ ରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଇରପୁଟ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ଯୋଗ ଦେଇ ଥିବା ବେଳେ ବରେଣ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ବଳି ମାଝୀ,ସାମାଜିକ କର୍ମୀ ଆନନ୍ଦ ଚାର୍କି, ସରପଞ୍ଚ କୁଡ଼ୁମୁଲୁଗୁମ୍ମା ମଙ୍ଗଳା ମାଢ଼ି, ତହସିଲଦାର କୁଡୁମୁଲୁଗୁମ୍ମା କୃଷ୍ଣ ପ୍ରସାଦ ଦାସ, ଫାଣ୍ଡି ଅଧିକାରୀ ପ୍ରଦୀପ କୁମାର ନାୟକ , ଏବିଇଓ ସୁନାଧର ବଟେ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମା ଶଙ୍କର ଦାଶ,ପ୍ରଧାନଶିକ୍ଷକ ବଳରାମ ପୂଜାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ବିତର୍କ, ପ୍ରବନ୍ଧ,ଚିତ୍ରାଙ୍କନ, ସଙ୍ଗୀତ,କୁଇଜ୍, ସୃଜନଶୀଳ ଲିଖନ, ଭାଷଣ, ଶ୍ରୁତଲିଖନ, ପି. ଏମ ପୋଷଣ,ଶିଳ୍ପକଳା ,ଚିତ୍ରକଳା, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରତିଯୋଗିତା ଅନଷ୍ଠିତ ହୋଇ ଥିଲା । ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ, ମୁଖ୍ୟ ବକ୍ତା ମାନସ ରଞ୍ଜନ ନାୟକ ,ବରେଣ୍ୟ ଅତିଥି ଏବିଡ଼ିଓ କାର୍ତ୍ତିକ ନାୟକ,ଶୈକ୍ଷିକ ସଂଯୋଜକ ସମଗ୍ରଶିକ୍ଷା ଶେଷଶଙ୍କର ମହାଳିକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦାସ ଏବଂ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନଶିକ୍ଷକ ବଳରାମ ପୂଜାରୀ ପ୍ରମୁଖ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରି ଥିଲେ । ମଞ୍ଚ ପରିଚାଳନା ଏବଂ ସଂଯୋଜନା ବରିଷ୍ଠ ଶିକ୍ଷକ ଦେବରାଜ ସେଠୀ ନିର୍ବାହ କରିଥିଲେ । କାର୍ଯ୍ଯକ୍ରମଟିର ସଫଳ ରୂପାୟନ ନିମେନ୍ତ ସ୍ଥାନୀୟ ବିଦ୍ୟାଳୟର ସୁଧାକର ନାୟକ, ଅର୍ଜୁନ ଗଡଙ୍ଗି, ଦୀପକ କୁମାର ବେନିୟା,ବିକାଶ ବଡ ଗୋଚ୍ଛିଆ,ହରିବନ୍ଧୁ ସାନ୍ତା,ଶ୍ରୀ ଭୂପତି ବାଚାର୍,ସବିତା ଦାସ ,ଲିପିକା ଦାସ, ମଇନା ହନ୍ତାଳ, ସସ୍ମିତା ମହାପାତ୍ର, ଅଙ୍କିତା ବାଉଲ୍, ଅଞ୍ଜଳି ପ୍ରଭା ହନ୍ତାଳ , ବିଜୟ ଲକ୍ଷ୍ମୀ ନାୟକ , କୃତ୍ତିକା ମାଡକାମୀ, ବିଶ୍ୱଜିତ୍ ଦାସ ,ନିହାର ରଞ୍ଜନ, ଡମ୍ବରୁ ଶିଶା, ଆଭାସ ପ୍ରଧାନ, ସୁରେଶ ବିଶ୍ୱାସ, ସସ୍ମିତା ଶଙ୍ଖୁଆ ତଥା ସମସ୍ତ ସିଆରସିସି ପ୍ରମୁଖ ସହଯୋଗ କରି ଥିଲେ । ସୂଚନା ଯୋଗ୍ୟ ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନେ ଆସନ୍ତା ନଭେମ୍ବର ୪ ତାରିଖରେ ଅନଷ୍ଠିତ ହେଉ ଥିବା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିବେ ।
