ଖବର ପ୍ରକାଶ ପରେ ସାମ୍ବାଦିକ ଙ୍କୁ ଦୃବ୍ୟବହାର କଲେ ଥାନା ଅଧିକାରିଣୀ ।

କଲ୍ୟାଣସିଂହପୁର-୧୫/୦୬(ମହେନ୍ଦ୍ର କନ୍ଧପାଣି):ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ରେ ସାମ୍ବାଦିକ ଙ୍କୁ ବଜାର ମଝିରେ ଦୁବ୍ୟବହାର କଲେ ଥାନା ଅଧିକାରିଣୀ କଳ୍ପନା ବେହେରା। ଆଜି ଅପରାହ୍ନ ରେ ତିନିଜଣ ସାମ୍ବାଦିକ ଙ୍କୁ ଖୋଜି ବଜାର ମଧ୍ୟରେ ଥିବା ବହି ଦୋକାନ ପାଖରୁ ଡାକି ଥାନା ଅଧିକାରୀଣୀ ଶ୍ରୀମତୀ ବେହେରା ବଜାର ମଝିରେ ଅନେକ ଲୋକଙ୍କ ଉପସ୍ଥିତି ରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ପୁଣି କହିଲେ ମୁଁ ଉଲଗ୍ନ ହୋଇ ଠିଆ ହେବି ତୁମେ ସବୁ ସାମ୍ବାଦିକ ଭିଡିଓ କରି ଭାଇରଲ କର ବୋଲି ଧମକ ଦେଇଛନ୍ତି। ମୁଁ ଥିବା ପର୍ଯ୍ୟନ୍ତ ତୁମେ କିଏ ମୋ କିଛି ଉପାଡି ପାରିବ ନାହିଁ ବୋଲି କହିଛନ୍ତି | ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତ୍ରୀରେ ଶିକରପାଇ ଲୋକମାନେ ଥାନା ଅଧିକାରୀ କଳ୍ପନା ବେହେରା ଦୁବ୍ୟବହାର କରିଥିବା ନେଇ ଥାନା ସମ୍ମୁଖରେ ଉତ୍ତେଜନା ଲାଗିରହିଥିଲା। ସେଥିରେ ଥାନା ଅଧିକାରିଣୀ କଳ୍ପନା ବେହେରା ହାତ ଯୋଡ଼ି ଭୁଲ ମାଗିଥିଲେ। ଏହି ଖବର ପ୍ରଚାର ପ୍ରସାର କରାଯିବା ପରେ ଆଜି ଅପରାହ୍ନ ରେ ଡାକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି। ଏ ସମ୍ପର୍କରେ ଏସ ଡି ପିଓ ଗୌରହାରୀ ସାହୁ ଙ୍କୁ ପଚାରିବାରୁ ସେ କହିଲେ କଣ ମୁ ଘଟଣାର ସ୍ଥିତି ଅନୁଧ୍ୟାନ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *