ପାପଡାହାଣ୍ଡି ପୋଲିସ ପ୍ରଶାସନ ଓ ସାଇବର ଥାନା ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ |

ନବରଙ୍ଗ ପୁର ୨୨/୦୮( ଚନ୍ଦ୍ର ଶେଖର ହରିଜନ )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି ହାଇସ୍କୁଲ ) ପରିସରରେ ପାପଡାହାଣ୍ଡି ପୋଲିସ ପ୍ରଶାସନ ଓ ସାଇବର ଥାନା ପକ୍ଷରୁ ନିଶା ମୁକ୍ତ ଭାରତ ଓ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ କଣ୍ଡେନଂକେଲ ଯୋଗ ଦେଇଥିବା ବେଳେ ନବରଙ୍ଗପୁର ସାଇବର ଥାନା ଆଇଆଇସି ଖଗେଶ୍ୱର ଖୋସଳା ଯୋଗଦେଇ ସାଇବର ସୁରକ୍ଷା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ | କାର୍ଯ୍ୟକ୍ରମରେ ପାପଡାହାଣ୍ଡି ଆଇଆଇସି ଉମେଶ ଚନ୍ଦ୍ର ନାୟକ ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଓ ସାଇବର ଥାନା କର୍ମଚାରୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ |ଦିନ କୁ ଦିନ ନବରଙ୍ଗପୁର ଜିଲ୍ଲାରେ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ କଣ କଲେ ସ୍ଥାନୀୟ ଜନସାଧାରଣ ଏହି ସାଇବର ଠକେଇରୁ ରକ୍ଷା ପାଇବେ ସେ ଉପରେ ମଞ୍ଚାସିନ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ | ତତ ସହିତ ନିଶା ସେବନ ଓ ସମାଜରେ ବଢ଼ୁଥୁବା ଅପରାଧ ଉପରେ ମଧ୍ୟ ସଚେତନ କରିଥିଲେ | ନବରଙ୍ଗପୁର ଭଲି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଦିନ କୁ ଦିନ ନିଶା ସେବନ ବୃଦ୍ଧି ହେବାରେ ଲାଗିଛି | ଫଳ ସ୍ୱରୂପ ଜିଲ୍ଲାରେ ଚୋରୀ, ଡକାୟତି, ବଳାତ୍କାର, ଅପହରଣ, ଘରୋଇ ହିଂସା ଭଲି ଅସାମାଜିକ କାର୍ଯ୍ୟ ସବୁ ବୃଦ୍ଧି ପାଉଛି ଓ ସାଇବର ଠକେଇ ମଧ୍ୟ ଦିନୁ ଦିନୁ ବୃଦ୍ଧି ହେଉଛି । ତେଣୁ ନିଶା ସେବନ ବନ୍ଦ କରିବା ସହିତ ସାଇବର ଠକେଇ ପ୍ରତି ନିଜେ ସାବଧାନ ରହିବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସାବଧାନ ଓ ସଚେତନ କରି ଏକ ସୁସ୍ଥ ସମାଜ ଗଠନ କରିବାରେ ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଥିବା ଅତିଥିମାନେ ନିଜ ନିଜ ଅବିଭାଷଣରେ କହିଥିଲେ |ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣେଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା |

Leave a Reply

Your email address will not be published. Required fields are marked *