ଭଞ୍ଜନଗର ଓଁ ଶାନ୍ତି ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ।

ଭଞ୍ଜନଗର ୨୩/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ପୌରପାଳିକା ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ। ଭଞ୍ଜନଗର ଶାଖା ସଂଯୋଜିକା ସନ୍ତୋଷିନୀ ଭଉଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏହି ଅବସରରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ କୁମାର ସୁବୁଦ୍ଧି, ବୈକୁଣ୍ଠ ଭାଇ, ବ୍ଲଡ୍‌ ବ୍ୟାଙ୍କ ଅଧିକାରୀ ଡ. ସତୀଶ ମୋହନ ପାଢ଼ୀ ଓ ସାମାଜିକ କର୍ମୀ ଶୁଳପାଣି ଶତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।ବକ୍ତାମାନେ କହିଥିଲେ ଯେ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଶାଖା ବିଶ୍ୱର ବିଭିନ୍ନ ଦେଶରେ ପ୍ରତିଷ୍ଠିତ ହୋଇଛି। ବିଭିନ୍ନ ଶାଖା ପକ୍ଷରୁ ସମାଜସେବାମୂଳକ କାର୍ଯ୍ୟ ସହ ଲୋକଙ୍କୁ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରାଯାଉଛି। ଏହାଦ୍ୱାରା ସମାଜର ମଙ୍ଗଳ ସହ ଲୋକଙ୍କ ଆତ୍ମିକ ଓ ନୈତିକ ଉନ୍ନତିରେ ସହାୟତା ମିଳୁଛି।କାର୍ଯ୍ୟକ୍ରମକୁ ସଫଳ କରିବାରେ ବ୍ରହ୍ମାକୁମାରୀ ଅଲିଭା, ଅନିତା, ପିଙ୍କି, ପ୍ରାଚୀ ପ୍ରମୁଖ ସହଯୋଗ କରିଥିଲେ। ଭଞ୍ଜନଗର ବ୍ଲଡ୍‌ ବ୍ୟାଙ୍କର କର୍ମଚାରୀ ବିପିନ ପାଢ଼ୀ, ଲକ୍ଷ୍ମୀ ନୃସିଂହ ମାଝୀ, ସୀମାଞ୍ଚଳ ସେଠୀ, ଅର୍ଚ୍ଚନା ସାହୁ ଓ ବିଜୟ କୁମାର ମହାକୁଡ଼ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।ସୂଚନାଯୋଗ୍ୟ ଯେ, ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ସହ ରକ୍ତଦାନ ଶିବିର, ବୃକ୍ଷରୋପଣ, ସଡ଼କ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ଶିବିର ଭଳି ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ ବର୍ଷତମାମ ଆୟୋଜନ କରାଯାଉଛି।

Leave a Reply

Your email address will not be published. Required fields are marked *