
କୋରାପୁଟ ( ମହେନ୍ଦ୍ର କନ୍ଧପାଣି)କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକର ନିଲାବାଡ଼ି ପଞ୍ଚାୟତ ର ମା ଅଗ୍ନି ଗଙ୍ଗାମା ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଆଜି ନୀଲାଵାଡି ଗ୍ରାମବାସୀ କଂଗ୍ରେସ ଛାଡି ବିଜେପିରେ ଅତି କମରେ ୨୫୦ ରୁ ଅଧିକ କର୍ମୀ ଯୋଗଦାନ ଦେଇଛନ୍ତି I ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପ୍ରଭାରି ଓ ତଥା ରାଜ୍ୟ ଉପ ସଭା ପତି ଶ୍ରୀ ଯୁକ୍ତ ଭବେନ୍ଦ୍ର ପଣ୍ଡା,କୁମ୍ଭାରି ପୁଟ ମଣ୍ଡଳ ପ୍ରଭାରି ସରତ ପାତ୍ର, ବନ୍ଧୁଗାଁ ମଣ୍ଡଳିର ପ୍ରଭାରି ଶ୍ରୀ ମଙ୍ଗଳ ମଣି ତୁରୁକ,ଓଡ଼ିଶା ରାଜ୍ୟ ବିଜେପି ଏ ଜି ଡି, ପ୍ରବକ୍ତା ମେମ୍ବର ତଥା ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ପୂର୍ବତନ ବିଧାୟକ ଶ୍ରୀ କୈଳାସ ଚନ୍ଦ୍ର କୁଲେସିକା,ଓ କୋରାପୁଟ ଜିଲ୍ଲା ର ସାଧାରଣ ସମ୍ଫାଦକ ଶ୍ରୀ ଉଦୟ ହିକକା, ଜାଗୁଗୁଡା ବ୍ଲକର ର ଯୁବ ମର୍ଚା ସଭାପତି ଜଳେନ୍ଦ୍ର ସାହୁ, କୁମ୍ଭାରି ପୁଟ ମଣ୍ଡଳିର ମଣ୍ଡଳ ସଭାପତି ଦାସ ମେଲେକା, ଓ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ସାଧାରଣ ସମ୍ଫାଦକ ସୁରେଶ ପଣ୍ଡିତ,ଅନ୍ୟାନ୍ୟ ଶତାଧିକ କର୍ମୀ ଉପସ୍ଥିତ ହୋଇଥିଲେ I କିଛି ଲୋକଙ୍କ ମନ୍ତବ୍ୟ କି ଆମ୍ଭେ ନିଲାବାଡ଼ି ଗ୍ରାମବାସୀ ବହୁ ବର୍ଷ ଧରି କଂଗ୍ରେସ ଦଳରେ ସକ୍ରିୟ ଭାବରେ ରହି ନିଜ ନିଜ ଦାୟୀତ୍ୱ ତୁଳାଇବା ସହ ଦଳ ତରଫୋରୁ ଯାହା ଦାୟୀତ୍ୱ ଦେଉଥିଲେ ସକ୍ରିୟ ଭାବରେ ଦଳରେ ରହି ଆସୁଥିଲୁ କିନ୍ତୁ ଆମକୁ କଂଗ୍ରେସ ଦଳରେ କୌଣସି ପ୍ରକାର ଭାବରେ ଦଳୀୟ କର୍ମୀ ଭାବରେ ଭାବିନଥିଲେ କି ଆମର କୌଣସି ଦୁଃଖ ସୁଖ ରେ ଦଳୀୟ କର୍ମୀ ମାନେ ଆମ ପାଖକୁ ପହଁଞ୍ଚିନଥିଲେ I ଆମ୍ଭ ମାନଙ୍କୁ ଏକ ତରଫା ଭାବରେ ଅଣଦେଖା କରିବା ସହ କଂଗ୍ରେସ ଦଳର ଯେ କୌଣସି ବୈଠକରେ ଆମ୍ଭଙ୍କୁ ଡାକୁନଥିଲେ ଓ ବାହାରୁ ଆସୁଥିବା କଂଗ୍ରେସ ଦଳର ମୁଖ୍ୟ ନେତାଙ୍କୁ ଭେଟିବା ପାଇଁ ମଧ୍ୟ ଆମ୍ଭକୁ ସୁଯୋଗ ଦେଉନଥିଲେ ଏହି ସବୁ କାରୁକାଳ ବ୍ୟବହାର ଆମ୍ଭଙ୍କୁ ଦେଖାଇବା ଫଳରେ ଆମ୍ଭେମାନେ ଆଜି ବାଧ୍ୟ ହୋଇ କଂଗ୍ରେସ ଦଳକୁ ସବୁଦିନ ପାଇଁ ଛାଡି ବିଜେପି ଦଳରେ ସାମିଲ ହେଲୁ ବଲି ଗଣ ମାଧ୍ୟମକୁ ଜଣାଇଚନ୍ତି I ଏଥିସହ ପୂର୍ବେ ଆମ୍ଭେ କଂଗ୍ରେସ ଦଳରେ ରହି ଯେପରି କାର୍ଯ୍ୟ ତୁଳାଉଥିଲୁ ବର୍ତମାନ ମଧ୍ୟ ସେହିପରି ଭାବରେ ବିନା ସ୍ୱାର୍ଥରେ ବିଜେପି ଦଳର ସମସ୍ତ ଦାୟୀତ୍ୱ କୁ ନିଜ ଦାୟୀତ୍ୱ ଭାବି ତୁଳାଇବୁ ବଲି କହିଛନ୍ତି I ରାଜୁ ନାୟକ,ବୁଲୁ ଭତରା, ସରତ କନ୍ଦପାନ, ଅମିତ କନ୍ଦପାନ, ସୁଶାନ୍ତ କନ୍ଦପାନ ଦୁର୍ଯ୍ୟ ଖରା ଓ ବହୁ କର୍ମୀ ରହିଥିଲେ I
