ବେଲଗୁଣ୍ଠାରେ ବିଭିନ୍ନ ଅନୁଷ୍ଠାନରେ ୭୭ ତମ ଜନରାଜ୍ୟ ଦିବସ ପାଳିତ।

ବେଲଗୁଣ୍ଠା, ୨୭/୦୧, ନାରାୟଣ ପଣ୍ଡା ବେଲଗୁଣ୍ଠା ବ୍ଳକ୍ ଏବଂ ଏନ୍ଏସି ର ବିଭିନ୍ନ ଶିକ୍ଷାନୁଷ୍ଠାନ,ସରକାରୀ କାର୍ଯ୍ୟାଳୟ ଏବଂ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ପାଳିତ ହୋଇଯାଇଛି ୭୭ ତମ ଜନରାଜ୍ୟ ଦିବସ I ଆଜି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ପଡିଆ ଠାରେ ଅନୁଷ୍ଠିତ ଏନ୍ଏସି ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ I ପଡିଆରେ ଛାତ୍ରଛାତ୍ରୀଙ୍କ ପରେଡ୍ ପରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରତିଯୋଗିତlରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରିଥିଲେ I ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ବିଭୂତି ଭୂଷଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ,ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଊନ୍ନୟନ ଅଧିକାରୀ ସିଙ୍ଗାପୁରମ୍ ହରି , ତହସିଲଦାର କଳାକୃଷ୍ଣ ପ୍ରଧାନ, ନଗରପାଳ ଫିରୋଜ ସେଠୀ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ଥାନା ଅଧିକାରୀ ରେବତୀ ଶବର ,ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ସାଂସଦ ପ୍ରତିନିଧି ନାରାୟଣ ସାହୁ ଓ ସମସ୍ତ କଉନସିଲର ପ୍ରମୁଖ ଉପସ୍ଥିତ ଥିଲେ I ସେହିପରି ବେଲଗୁଣ୍ଠା ଏନଏସିରେ ନଗରପାଳ ଫିରୋଜ ସେଠୀ ପତାକା ଉତ୍ତୋଳନ କରିଥିବାବେଳେ କାର୍ଯ୍ୟ ନିର୍ବାହି ଅଧିକାରୀ ବିଭୂତି ଭୂଷଣ ବେହେରା ,ସମସ୍ତ କାଉନସିଲର୍ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ I ଆଜି ବେଲଗୁଣ୍ଠା ପ୍ରେସକ୍ଲବ ତରଫରୁ ବାଙ୍କି ବଜାର ସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ୭୭ ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି I ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟତମ ଅତିଥି ରୂପେ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି, ସାଂସଦ ପ୍ରତିନିଧି ନାରାୟଣ ସାହୁ, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ୍, କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟରଞ୍ଜନ ଦାଶ, ଯୁବ ସଂଗଠକ ଶଙ୍କର ପାତ୍ର, ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସଦସ୍ୟ ସୂର୍ଯ୍ୟନାରାୟଣ ତ୍ରିପାଠି, ନବ କିଶୋର ମହାରଣା, ସୁଶାନ୍ତ ବେହେରା, ଶିବରାମ ଚୌଧୂରୀ, ସଦାଶିବ ପାଣିଗ୍ରାହୀ, ତୋଫାନ ସାହୁ, ନାରାୟଣ ପଣ୍ଡା, ସୁରେଶ ସୁବୁଦ୍ଧି, ଚନ୍ଦନ ସାହୁ, ସରୋଜ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ ସମ୍ପାଦକ ଅଶ୍ୱିନୀ ମହାନ୍ତି ପରିଚାଳନା କରିଥିବା ବେଳେ ପବିତ୍ର, ଗଣେଶ, ରମେଶ, ଯୋଗେନ୍ଦ୍ର, ସଞ୍ଜିବ୍ ପ୍ରମୁଖ ସହଯୋଗ କରିଥିଲେ I ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପରେଡ୍ ରେ ଅଂଶଗ୍ରହଣ କରିଥିଲେ I ସେହିପରି ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟରେ ଅଧ୍ୟକ୍ଷା ମମତା ଭୋଳ, ଥାନାରେ ଥାନା ଅଧିକାରୀ ରେବତୀ ଶବର,ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର, ଗାଙ୍ଗପୁର ଥାନାରେ ଥାନା ଅଧିକାରୀ ବନବିହାରୀ ପ୍ରଧାନ,ବିଶ୍ୱ ଭରତୀରେ ଅବସରପ୍ରାପ୍ତ ଦୂର ସଂଚାର ଉପଖଣ୍ଡ ଅଧିକାରୀ ଗୌରୀ ଶଙ୍କର ମିଶ୍ର, ପୁରୁଣା ଉଢୁରା ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ, କୋକଲୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କପିଳ ବରାଡ,ବଡ଼ ବୋର୍ସିଂ ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର, ଖଇରପୁଟୀ ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସତ୍ୟବାନ ସ୍ୱାଇଁ, ନାଟଙ୍ଗା ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସୁପ୍ରଭା ଗୌଡ଼,ବିଦ୍ୟାଳୟ ଏବଂ ସେବା ସମବାୟ ସମିତି କାର୍ଯ୍ୟାଳୟରେ ପୂର୍ବତନ ସରପଞ୍ଚ ତଥା ସେବା ସମବାୟ ସମିତି ସଭାପତି ପ୍ରହଲ୍ଲାଦ ଲେଙ୍କା, ବେଣୀପଲ୍ଲୀ ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଦୂର୍ଗା ମାଧବ ନାୟକ,ବଙ୍କା ପଂଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଶୁଭଶ୍ରୀ ପରିଡା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ I

Leave a Reply

Your email address will not be published. Required fields are marked *