
ଜି ଉଦୟଗିରି ୨୪/୦୪ ନୀଳମାଧଵ ପ୍ରଧାନ ଜି . ଉଦୟଗିରି ପଞ୍ଚାୟତ ସମିତି ପରିସର ମଧ୍ୟରେ ଆଜି ଜାତୀୟ ପଞ୍ଚାୟତ ରାଜ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି । ଉକ୍ତ ଦିବସରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତ୍ରି ସ୍ତରୀୟ ପଞ୍ଚାୟତ ଶାସନ ବ୍ୟବସ୍ଥାର ଶୁଭେଚ୍ଛା ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ମିଶନ ଶକ୍ତି ସଭାନେତ୍ରୀ କୁମୁଦିନୀ ଦିଗାଲ ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ମାଲିକାପଡ଼ି ସରପଞ୍ଚ ଝରଣା ପ୍ରଧାନ, ଲିଙ୍ଗାଗଡ ସରପଞ୍ଚ ଅବଲୋକରା ପ୍ରଧାନ, ରଟିଙ୍ଗିଆ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, କତିଙ୍ଗିଆ ସରପଞ୍ଚ ଶ୍ରୀମତୀ ବିଭୂତି ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସତ୍ୟନାରାୟଣ ମିଶ୍ର, ସହକାରୀ ନିର୍ବାହୀ ଅଧିକାରୀ ଅସିତ୍ କୁମାର ସେଠୀ ପ୍ରମୁଖ ଯୋଗ ଦେଇ ପଞ୍ଚାୟତ ଶାସନ ବ୍ୟବସ୍ଥାର ସଶକ୍ତିକରଣ ଉଦ୍ଦେଶ୍ୟରେ ଉଦବୋଧନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ତରଫରୁ ଯୋଗ୍ୟ ହିତାଧିକାରୀବୃନ୍ଦଙ୍କୁ ପ୍ରୋତ୍ସାହନ ରାଶି, କାର୍ଯ୍ୟାଦେଶ, ନୂତନ ଭତ୍ତା, ଖାଉଟି କାର୍ଡ ଆଦି ପ୍ରଦାନ କରାଯାଇଥିଲା । ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଦ୍ଵାରା ପଞ୍ଚାୟତ ବ୍ୟବସ୍ଥାର ସମସ୍ତ ସରପଞ୍ଚ ଓ ପତ୍ରକାର ବନ୍ଧୁ ସମ୍ମାନିତ ହୋଇଥିଲେ । ସୁଦୂର ବଲାଙ୍ଗୀରରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦବୋଧନ ବାର୍ତ୍ତାର ସିଧା ପ୍ରସାରଣ ବ୍ୟବସ୍ଥାକୁ ଦେଖିବାର ସୁନ୍ଦର୍ ବ୍ୟବସ୍ଥା କରାଯାଇଥିଲା । ଉପସ୍ଥିତ ପ୍ରାୟ ୬୦୦ ରୁ ଉର୍ଦ୍ଧ ଦର୍ଶକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ ଗ୍ରହଣ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁଧୀର କୁମାର ସାହୁ ସଂପୂର୍ଣ୍ଣ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ । ପଞ୍ଚାୟତ ସମିତିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
