ପିଏମ ଶ୍ରୀ ହବାକ ହାଇସ୍କୁଲ ରେ ନାହିଁ ଅଭିଭାବକ ସମ୍ମିଳନୀ କକ୍ଷ, ନିର୍ମାଣ ଦାବୀ ।

ଜି ଉଦୟଗିରି ୧୪/ ୦୫(ନୀଳମାଧବ ପ୍ରଧାନ )ଜି ଉଦୟଗିରି ହବାକ ହାଇ ସ୍କୁଲ ବହୁ ପୁରାତନ ସ୍କୁଲ। ଏହା ୧୯୩୬ ମସିହା ର ହୋଇଥିବା ବେଳେ ଏବେ ପିମ ଶ୍ରୀ ବିଦ୍ୟାଳୟ ମାନ୍ୟତା ପାଇଛି। ଶିକ୍ଷନୁଷ୍ଠାନ ରେ ପ୍ରତି ବର୍ଷ ୫୦୦ ରୁ ଉର୍ଦ୍ଧ ଛାତ୍ର ପାଠ ପଢ଼ୁଥିବା ବେଳେ ବିଭିନ୍ନ ସମୟ ରେ ହେଉଥିବା ଅଭିଭାବକ ସମ୍ମିଳନୀ, ସାମୁହିକ ପ୍ରତିଯୋଗିତା, ସାମୁହିକ ଯୋଗ ଶିବିର ଆଦି ବେଳେ ନାନା ଅସୁବିଧା ରେ ସମ୍ମୁଖୀନ ହେବାକୁ ପଡି ଥାଏ। ବିଶେଷ କରି ଅଭିଭାବକ ଙ୍କ ସହିତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସ୍କୁଲ ପରିଚାଳନା କମିଟି ବୈଠକ ବେଳେ ଏହାର ଅଭାବ ପରିଲକ୍ଷିତ ହୋଇଥାଏ ବୋଲି କହିଛନ୍ତି ଅଭିଭାବକ ଦୁର୍ଗା ମାଧବ ପଟ୍ଟନାୟକ । ଯାହାକୁ ନେଇ ଅଭିଭାବକ ମହଲ ରେ ଚିନ୍ତା ପ୍ରକଟ କରାବେଳେ ସାମୁହିକ ଦୃଷ୍ଟି କୋଣରୁ ଏକ ଅଭିଭାବକ ସମ୍ମିଳନୀ କକ୍ଷ ନିର୍ମାଣ କରିବାକୁ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *