ଉତ୍ତର ବନଖଣ୍ଡରେ ପକ୍ଷୀ ଗଣନାଭଞ୍ଜନଗର ୧୮/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସମେତ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ଏନେଇ ୩୮ଟି ଟିମ୍‌ ଗଠନ କରାଯାଇଥିଲା। ସେମାନେ ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା କରିଥିଲେ। ସକାଳ ୬ ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆଉ କିଛି ନୂଆ ପକ୍ଷୀ ଗଣନା ସମୟରେ ଠାବ କରାଯାଇଛି। ଏଥିସହ ପ୍ରଥମ ଥର ପାଇଁ ଏହି ବନଖଣ୍ଡକୁ ବହୁ ପରିମାଣରବିଦେଶାଗତ ପକ୍ଷୀ ଆସିଛନ୍ତି। ଗାର୍ଡଓ୍ବାଲ, କିଙ୍ଗ ଫିସର, କମନ ପୋଚାରଡ୍‌, ଲେଶନ ଓ୍ବିସଲିଙ୍ଗ ଡକ୍ସ, କମନ କିଙ୍ଗ,ହ୍ବାଇଟ୍‌ ବ୍ରେଷ୍ଟେଡ୍‌ କିଙ୍ଗ ଭଳି ଅନେକ ବିଦେଶାଗତ ପକ୍ଷୀ ପ୍ରଥମଥର ପାଇଁ ଏହି ବନଖଣ୍ଡରେ ଦେଖାଦେଇଛି। ଏହି ବନଖଣ୍ଡ ଅଞ୍ଚଳରେ ଥିବା ଆର୍ଦ୍ରଭୂମି ଅଞ୍ଚଳରେ ଉକ୍ତ ପକ୍ଷୀଗୁଡ଼ିକ ଆଜି ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ପ୍ରତିବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ଏହି ସମୟରେ ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ…

ଶାନ୍ତିସ୍ରୋତ ଭବନରେ ବିଶ୍ଵ ଶାନ୍ତି ଦିବସ ପାଳନ।ଭଞ୍ଜନଗର ୧୮/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ)

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୮୩ତମ ଜନ୍ମ ମହୋତ୍ସବ।

ଜନତା ଖବର ଟିଭି ୧୮/୦୧ :ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାକୁର ଅନୁକୁଳ ଚନ୍ଦ୍ର ସତସଙ୍ଗ ସଭା ମଣ୍ଡପ…