ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୮୩ତମ ଜନ୍ମ ମହୋତ୍ସବ।

ଜନତା ଖବର ଟିଭି ୧୮/୦୧ :ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାକୁର ଅନୁକୁଳ ଚନ୍ଦ୍ର ସତସଙ୍ଗ ସଭା ମଣ୍ଡପ ଠାରେ ଠାକୁରଙ୍କ ୧୮୩ତମ ଜନ୍ମ ଉତ୍ସବ ଜୟଗୁରୁ ଭାଇ ଭଉଣୀ ମାନଙ୍କ ଗହଣରେ ମହାରୋହରେ ପାଳିତ ହୋଇ ଯାଇଛି। ଅଞ୍ଚଳର ସମସ୍ତ ରିତିକୀ ଓ ଗରୁଭାଇ ନିଜନିଜ ବକ୍ତବ୍ଯ ପ୍ରଦାନ କରି ଶ୍ରୁଙ୍ଖଳିତ ସମାଜ ଗଠନରେ ଗୁରୁ ଭାଇ-ଭଉଣୀ ମାନଙ୍କ ଭୂମିକା ଅତୁଳନୀୟ ସେମାନଙ୍କ ତ୍ଯାଗ ପରବର୍ତ୍ତୀ ବଂଶଧରଙ୍କୁ ସୁମାର୍ଗରେ ପରିଚାଳିତ କରିବ ବୋଲି ମତବ୍ୟକ୍ତ କରିଥିଲେ। ସର୍ବଶ୍ରୀ କେ. ବିଷ୍ଣୁ ପ୍ରସାଦ ପାତ୍ର, ସୁଦର୍ଶନ ପାତ୍ର, ଗୌରୀ ନାୟକ, ରାଜେନ୍ଦ୍ର ରାଉତ, ସତ୍ଯବାଦୀ ପାତ୍ର, କେ.ରାଘବ ପାତ୍ର,ଦେବନାଥ ରଣା,ରଘୁନାଥ ପଣ୍ଡା, ପ୍ରଶାନ୍ତ କୁମାର ପାତ୍ର, କାଳିଆ ପାତ୍ର, ଜି. ସଞ୍ଜିବ କୁମାର ପାତ୍ର, ରାମଚନ୍ଦ୍ର ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ l ବହୁ ଶ୍ରଦ୍ଧାଳୁ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *