ଶାନ୍ତିସ୍ରୋତ ଭବନରେ ବିଶ୍ଵ ଶାନ୍ତି ଦିବସ ପାଳନ।ଭଞ୍ଜନଗର ୧୮/୦୧ (ଅମରେନ୍ଦ୍ର କୁମାର ପଟ୍ଟନାୟକ)

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଶାନ୍ତିର ମାର୍ଗକୁ ଆପଣାଇ ନେବାକୁ ମାନବ ସମାଜ ବହୁ ପୂଜାପାଠର ବ୍ୟବସ୍ଥା କରୁଅଛି। ଏହି ପରିପ୍ରେକ୍ଷୀରେ ପ୍ରତି ବର୍ଷ ଜାନୁଆରୀ ୧୮ ତାରିଖରେ ବ୍ରହ୍ମାକୁମାରୀ ଅନୁଷ୍ଠାନ ବିଶ୍ୱ ଶାନ୍ତି ଦିବସ ପାଳନ କରୁଅଛି। ଏହି ଉତ୍ସବ ପାଳନ ଅବସରରେ ଶାନ୍ତି ସ୍ରୋତ ଭବନରେ ମୁଖ୍ୟ ଅତିଥି ରୂପେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ ଦୀପକ କୁମାର ମିଶ୍ର ଓ ଅବସରପ୍ରାପ୍ତ  ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ସାର୍ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ରାଜ ଯୋଗିନୀ ବ୍ରହ୍ମକୁମାରୀ ସନ୍ତୋସିନି ଭଉଣୀ ବ୍ରହ୍ମା ବାବାଙ୍କର ତ୍ୟାଗ ଓ ତପସ୍ୟା ବିଷୟରେ ପୁଙ୍ଖାନୂପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଅତିଥି ମହୋଦୟ ଅନୁଷ୍ଠାନର ଶିକ୍ଷା ବ୍ୟବସ୍ଥା, ତ୍ୟାଗ ଓ ବୈରାଗର ପ୍ରବୃତ୍ତି ମାର୍ଗର ଜୀବନ ଶୈଳୀକୁ ବହୁ ପ୍ରଶଂସା କରିଥିଲେ । ୪୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *