Day: 18 January 2026
ହୋମଗାର୍ଡ ନିଯୁକ୍ତି ନେଇ ଭଞ୍ଜନଗରରେ ଶାରିରୀକ ପରୀକ୍ଷା । ଭଞ୍ଜନଗର: ୧୮/୦୧ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ପାଇଁ ହୋମଗାର୍ଡ ନିଯୁକ୍ତି ପରିପ୍ରେକ୍ଷିରେ ଆଶୟୀ ପରୀକ୍ଷାର୍ଥିଙ୍କ ଫିଜିକାଲ ପରୀକ୍ଷା ଆଜି ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଜେଲ ପଡିଆରେ ହୋମଗାର୍ଡ ପରୀକ୍ଷା ପାଇଁ ଆବେଦନ କରିଥିବା ଭଞ୍ଜନଗର ପୁଲିସ ଉପଖଣ୍ଡ ଅଞ୍ଚଳର ଭଞ୍ଜନଗର,ତାରସିଂ,ବେଲଗୁଣ୍ଠା,ବୁଗୁଡା,ଜଗନ୍ନାଥପ୍ରସାଦ ଓ ଗାଙ୍ଗପୁର ଥାନା ଇଲାକାର ପ୍ରାୟ ୨୦୧ ଜଣ ପରୀକ୍ଷାର୍ଥି ମାନେ ଏଠାରେ ପରୀକ୍ଷା ଦେଇଥିଲେ। ସମୁଦାୟ ୧୬୩ ଜଣ ପାସ ହୋଇଥିବା ବେଳେ ୧୬ ଜଣ ଫେଲ ହୋଇଥିବା ହେଇଛନ୍ତି। ୨୨ ଜଣ ପରୀକ୍ଷା ରେ ଭାଗ ନେଇ ନଥିବା ଜଣାପଡିଛି। ହୋମଗାର୍ଡ ନିଯୁକ୍ତି ନେଇ ଲିଖିତ ପରୀକ୍ଷା ସେପ୍ଟମ୍ବର ମାସରୁ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଉପଖଣ୍ଡରେ ଏନେଇ ଶରିରୀକ ପରୀକ୍ଷା ଅନଷ୍ଠିତ ହୋଇଛି। ବ୍ଳକ ରୋଡ ଠାରେ ପ୍ରଥମେ ମେଡିକାଲ ଯାଞ୍ଚ ପରେ ଦୌଡ ଅନୁଷ୍ଠିତ ହୋଇଥିଲା। ଏହାପରେ ଜେଲପଡିଆରେ ଉଚ୍ଚତା,ଭାର ଓହଳା,ପୁଷ୍ଅପ୍ ଭଳି ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୁଲିସ ବିଭାଗ ପକ୍ଷରୁ ପରୀକ୍ଷା ଦେବାକୁ ଆସିଥିବା ଆଶାୟୀଙ୍କ ପାଇଁ ଲେମ୍ଭୁ ,ଗ୍ଳୁକୋଜ ସହ ବ୍ରେଡ ଓ ଫଳ ଦିଆଯାଇଥିଲା। ଅଷ୍ଟମ ସଶସ୍ତ୍ର ବାହିନୀ ଛତ୍ରପୁର ରୁ ଆସିଥିବା ଉପ ଦୁର୍ଗପତି ଯଶୋବନ୍ତ ସେଠି, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ.ଦୀପକ କୁମାର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା,ବେଲଗୁଣ୍ଠା ଥାନା ଅଧିକାରୀଣୀ ରେବତୀ ଶବର,ତାରସିଂ ଥାନା ଅଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀ,ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ବୁଗୁଡା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଜଗନ୍ନାଥ ପ୍ରସାଦ ଥାନାଧିକାରୀ ପ୍ରମୋଦ କୁମାର ଲେଙ୍କା,ବେଲଗୁଣ୍ଠା ଥାନା ଇନ୍ସ୍ପେକଟର ଅଭୟ କୁମାର ପ୍ରଧାନ,ବାଲିପଦର ଫାଣ୍ଡି ଅଧିକାରୀ କେ. ନୀଳାଦ୍ରି ରେଡ଼ି, ଭଞ୍ଜନଗର ଥାନା ଏସ ଆଈ ସମୀର କୁମାର ସେଠି, ଲକ୍ଷ୍ମୀଧର ମାହାନ୍ତି, ଜ୍ୟୋସ୍ନାମୟୀ ସାହୁ, ଲିପିନା ବିଶ୍ୱାଳ, ଏଏଆଈ ଶରତ କୁମାର ପଣ୍ଡା,ସୁଶାନ୍ତ କୁମାର ପଟ୍ଟନାୟକ, ସତ୍ୟ ନାରାୟଣ ମଲ୍ଲିକ, ବିଦେଶୀ ବେହେରା, ରୁଦ୍ର ପ୍ରତାପ କହଁର ଓ ସମସ୍ତ ଥାନାର ପୁଲିସ ଅଧିକାରୀ ଓ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।
ଉତ୍ତର ବନଖଣ୍ଡରେ ପକ୍ଷୀ ଗଣନାଭଞ୍ଜନଗର ୧୮/୦୧ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡରେ ରବିବାର ପକ୍ଷୀ ଗଣନା ହୋଇଛି। ଏଥିରେ କଲେଜ ଛାତ୍ରୀଛାତ୍ର, ସ୍ବେଚ୍ଛାସେବୀ, ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କ ସମେତ ବନ ବିଭାଗ କର୍ମଚାରୀ ସାମିଲ ହୋଇଥିଲେ। ଏନେଇ ୩୮ଟି ଟିମ୍ ଗଠନ କରାଯାଇଥିଲା। ସେମାନେ ବିଭିନ୍ନ ଜଳାଶୟରେ ପକ୍ଷୀ ଗଣନା କରିଥିଲେ। ସକାଳ ୬ ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଏହି ଗଣନା ହୋଇଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଆଉ କିଛି ନୂଆ ପକ୍ଷୀ ଗଣନା ସମୟରେ ଠାବ କରାଯାଇଛି। ଏଥିସହ ପ୍ରଥମ ଥର ପାଇଁ ଏହି ବନଖଣ୍ଡକୁ ବହୁ ପରିମାଣରବିଦେଶାଗତ ପକ୍ଷୀ ଆସିଛନ୍ତି। ଗାର୍ଡଓ୍ବାଲ, କିଙ୍ଗ ଫିସର, କମନ ପୋଚାରଡ୍, ଲେଶନ ଓ୍ବିସଲିଙ୍ଗ ଡକ୍ସ, କମନ କିଙ୍ଗ,ହ୍ବାଇଟ୍ ବ୍ରେଷ୍ଟେଡ୍ କିଙ୍ଗ ଭଳି ଅନେକ ବିଦେଶାଗତ ପକ୍ଷୀ ପ୍ରଥମଥର ପାଇଁ ଏହି ବନଖଣ୍ଡରେ ଦେଖାଦେଇଛି। ଏହି ବନଖଣ୍ଡ ଅଞ୍ଚଳରେ ଥିବା ଆର୍ଦ୍ରଭୂମି ଅଞ୍ଚଳରେ ଉକ୍ତ ପକ୍ଷୀଗୁଡ଼ିକ ଆଜି ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ପ୍ରତିବର୍ଷ ରାଜ୍ୟରେ ପକ୍ଷୀ ଗଣନା ହେଉଛି। ଏହି ସମୟରେ ବିଦେଶାଗତ ପକ୍ଷୀ ଏବଂ ଅଞ୍ଚଳ ପକ୍ଷୀ ଚିହ୍ନଟ କରିବା ସହ…
ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୮୩ତମ ଜନ୍ମ ମହୋତ୍ସବ।
ଜନତା ଖବର ଟିଭି ୧୮/୦୧ :ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ଠାକୁର ଅନୁକୁଳ ଚନ୍ଦ୍ର ସତସଙ୍ଗ ସଭା ମଣ୍ଡପ…
