ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତ କାଳୀନ ଶିବିର ଉଦଯାପିତ।

ବେଲଗୁଣ୍ଠା, ୦୨/୦୩ ନାରାୟଣ ପଣ୍ଡା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ୫୦ ଜଣ ସ୍ଵେଚ୍ଛାସେବୀଙ୍କୁ ନେଇ ପୋଷ୍ୟ ଗ୍ରାମ ପର୍ଶୁଲୁଣ୍ଡାରେ ଏକ ସପ୍ତାହ ଧରି ଚାଲିଥିବା ସ୍ଵତନ୍ତ୍ର ଶୀତ କାଳୀନ ଶିବିର ଉଦଯାପିତ ହୋଇଯାଇଛି I ଅନୁଷ୍ଠାନର ଅଧ୍ୟକ୍ଷ ଡ଼ ଗିରିଧର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ଷତ୍ରିୟବରପୁର ଶାଖା ପରିଚାଳକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଇଂ. ରବି ନାରାୟଣ ପାତ୍ର ଯୋଗ ଦେଇ ସପ୍ତାହ ବ୍ୟାପୀ ଚାଲିଥିବା ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମର ବିଷଦ ବିବରଣୀ ପ୍ରଦାନ କରିଥିଲେ I ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୀମାଞ୍ଚଳ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

Leave a Reply

Your email address will not be published. Required fields are marked *