
ବୁଗୁଡ଼ା ୦୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ )
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପୋଲିସ କୁ ମିଳିଛି ସଫଳତା l ବେଆଇନ ବନ୍ଧୁକ ବ୍ୟବସାୟୀ ଙ୍କୁ କାବୁ ପରେ ଦେଶୀ ବନ୍ଧୁକ କାରଖାନା ଠାବ କଲା ପୋଲିସ l ବେଆଇନ ଦେଶୀ ବନ୍ଧୁକ କାରଖାନାରୁ ବିପୁଳ ପରିମାଣର ବନ୍ଧୁକ ପ୍ରସ୍ତୁତ ସରଞ୍ଜାମ ସହ ଦୁଇ ବନ୍ଧୁକ ଓ ଦୁଇ ଜଣ ଙ୍କୁ ଗିରଫ କରିଛି ପୋଲିସ l ଗିରଫ ଦୁଇ ଅଭିଯୁକ୍ତ ଗାଙ୍ଗପୁର ଥାନା ଜଡ଼ାପଲ୍ଲୀ ଗ୍ରାମର ସୁବାସ ଗମାଙ୍ଗ ଓ ବିଦୁ ଦଳବେହରା ହୋଇଥିବା ବେଳେ ଉଭୟ ବୁଧବାର ରାତିରେ ଦୁଇ ଦେଶୀ ବନ୍ଧୁକ ନେଇ ବାଲିପଦର ଅଞ୍ଚଳରେ ବିକ୍ରି ପାଇଁ ଆସିଥିଲେ l ଖବରପାଇ ପୋଲିସ ଚଢ଼ାଉ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ତଦନ୍ତ ବେଳେ ଗାଙ୍ଗପୁର ଥାନା ସିଆରିମାଳ ଜଙ୍ଗଲରେ ବନ୍ଧୁକ ପ୍ରସ୍ତୁତ କାରଖାନା ବିଷୟ ଖବର ପାଇଥିଲା l ବୁଗୁଡ଼ା ପୋଲିସ ଗୋଟିଏ ଟିମ ସିଆରିମାଳ ଜଙ୍ଗଲରେ ଚଢ଼ାଉକରି ବେଆଇନ ବନ୍ଧୁକ କାରଖାନା ଜବତ କରିବା ସହ ପ୍ରସ୍ତୁତ ବନ୍ଧୁକ କେହୁଁମାନେ କିଣିଛନ୍ତି ଏବେ କେତେ ଟଙ୍କାରେ ବିକ୍ରି କରାଯାଉଥିଲା ତାହାର ଅଧିକ ତଦନ୍ତ ଚଳାଉଛି l ଅନ୍ୟପଟେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ଭଞ୍ଜନଗର ଏସଡିପିଓ l
