ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ।

ବେଲଗୁଣ୍ଠା ନାରାୟଣ ପଣ୍ଡା ଙ୍କ ରିପୋର୍ଟ ୧୪/୦୩,ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ପରିସରରେ ଆସନ୍ତା ୧୮ ତାରିଖ ବୁଧବାର ଦିନ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହେବ I ଏନେଇ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଆଗାମୀ ଦିନରେ ହେବାକୁ ଥିବା ରକ୍ତଦାନ ଶିବିରରେ କିପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ରକ୍ତଦାନ କରିବେ ଏବଂ ଖରାକୁ ଆଖି ଆଗରେ ରଖି ରକ୍ତଦାନ ଶିବିରରେ କିପରି ସୁବନ୍ଦୋବସ୍ତ ହୋଇପାରିବ ଏବଂ ବାହାରୁ ରକ୍ତଦାତା ମାନେ ଆସି କିପରି ଏହୀ ରକ୍ତଦାନ ଶିବିରରେ ରକ୍ତଦାନ କରି ପାରିବେ ଏନେଇ ଆଲୋଚନା ହୋଇଥିଲା I ଭଞ୍ଜନଗର ରକ୍ତଭଣ୍ଡାରର କର୍ମାଚାରୀମାନେ ରକ୍ତ ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଛି I ଆଜିର ପ୍ରସ୍ତୁତି ବୈଠକରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ, ଅନୁଷ୍ଠାନର ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ପ୍ରଧାନ, ଡ.ପ୍ରଫୁଲ୍ଲ କୁମାର ଜେନା, ଅଜୟ କୁମାର ବିଶ୍ୱାଳ, ସପନ କୁମାର ପ୍ରଧାନ, ପିଙ୍କି ପାତ୍ର, ଲକ୍ଷ୍ମୀ ଗୌଡ଼, ବିଶ୍ୱରଞ୍ଜନ ସ୍ୱାଇଁ ଏବଂ ରଞ୍ଜିତ୍ କୁମାର ସାମଲ୍ ପ୍ରମୁଖ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *