ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ବାଦୁଡ଼ି ।

ଗଜପତି ୦୨/୦୫(ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ)ଗଜପତି ଜିଲ୍ଲା ରା.ଉଦୟଗିରି ଅଞ୍ଚଳ ପାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହୋଇ ରହିଥିବାବେଳେ ବର୍ତମାନ ନିଜର ସତା ହରାଇବାକୁ ବସିଛି l ଏଥିପାଇଁ ଦାୟୀ କେବଳ ଏହି ସ୍ୱାର୍ଥପର ମଣିଷ l ସବୁଜ ବନାନୀ ପରିବେଶ ମଧ୍ୟରେ ଥିବା ଏହି ସହରର ପାର୍ଶ୍ୱରେ ଲାଗିରହିଥିବା ପାହାଡ଼ ପର୍ବତ ଅଧିକାଂଶ ଅଞ୍ଚଳ ଏବେ ଟାଙ୍ଗରା ହୋଇଗଲାଣି l ଏହି ସ୍ୱାର୍ଥପର ମଣିଷ କେତେବେଳେ ପୋଡୁଚାଷ ପାଇଁ ତ ଆଉ କେତେବେଳେ ଘରର ସାଜସଜା ଉପକରଣ ପାଇଁ ଜଙ୍ଗଲ ନଷ୍ଟ କରିବାରେ ଲାଗିଛି ତେବେ ଏହାର ସିଧା ସଳଖ ପ୍ରଭାବ ପ୍ରାଣୀ ଜଗତ ଉପରେ ପଡୁଛି l ଜଙ୍ଗଲ ନଷ୍ଟ ଓ ଦୈବୀ ଦୁର୍ବିପାକ ଯୋଗୁଁ ଅଞ୍ଚଳରେ ଥିବା ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଲୋପ ପାଇଥିବାବେଳେ ଆଉ ବାକି ଥିବା ପଶୁ ପକ୍ଷୀଙ୍କ ଉପରେ ନଜର ପକାଉଛି ଶିକାରୀ ରୂପରେ ମନୁଷ୍ୟ l ଏହି ଲୋପ ପାଉଥିବା ପକ୍ଷୀ ବାଦୁଡ଼ିଙ୍କ ଉପରେ ବର୍ତମାନ ଶିକାରୀଙ୍କ ଲୋଲୁପ ଦୃଷ୍ଟି ପଡିଛି l ପ୍ରତିଦିନ ବାଦୁଡ଼ି ଶିକାର ବୃଦ୍ଧି ପାଉଥିବା ବି ବନ ବିଭାଗ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି l ବାଦୁଡ଼ି ମାଂସରେ ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ରହିଥିବାରୁ ବିକ୍ରି ପାଇଁ ଲୋକେ ଏହାକୁ ଶିକାର କରୁଥିବା ଅଭିଯୋଗ ହେଉଛି l
ରା.ଉଦୟଗିରି ସହରର ହାଟପଦା ଛକ ଠାରୁ ପ୍ରାୟ 200 ମିଟର ଯାଏଁ ଦେଖିବାକୁ ମିଳିଥାଏ ଏହି ବାଦୁଡ଼ି l ତାହା ବି ଗୋଟେ କି ଦୁଇଟା ନୁହଁ ହଜାର ହଜାର ସଂଖ୍ୟାରେ ବାଦୁଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗଛ ମାନଙ୍କରେ ଓହଳି ଥାନ୍ତି l ସତେ ଯେମିତି ସେହି ଗଛ ଗୁଡିକ ବାଦୁଡ଼ି ଗଛ ପରି ମନେ ହେଉଥାଏ l ପ୍ରାତଃ ଓ ସଂନ୍ଧ୍ୟା କାଳୀନ ଭ୍ରମଣରେ ବାହାରୁଥିବା ଲୋକ କିଛି ସମୟ ଅଟକି ଯାନ୍ତି ବାଦୁଡ଼ି ମାନଙ୍କୁ ଦେଖି କାହିଁକିନା ପକୃତିର ସୋନ୍ଦର୍ଯ୍ୟ ପରା l ସମସ୍ତ ଜଳଚର ଓ ସ୍ଥଳଚର ପଶୁ ପକ୍ଷୀ ମାନଙ୍କୁ ନେଇ ପଶୁ ପକ୍ଷୀ, କୀଟ, ପତଙ୍ଗ ଏ ସମସ୍ତଙ୍କ ର ପକୃତିର ସନ୍ତୁଳନ ରକ୍ଷା କରିବାରେ କିଛି ନା କିଛି ଭୂମିକା ଅଛି l ଆଉ ସେମାନଙ୍କର ସୁରକ୍ଷା ଯୋଗାଇ ଦେବାର ଦାୟିତ୍ୱ ହେଉଛି ମାନବ ସମାଜର l ସେଥିପାଇଁ ତ ସୃଷ୍ଟିରେ ମନୁଷ୍ୟ ଶ୍ରେଷ୍ଠ ପ୍ରାଣୀ ରୂପେ ବିବେଚିତ କିନ୍ତୁ ଅତି ସିହାଣିଆ ମନୁଷ୍ୟମାନେ ଏଥିପ୍ରତି ତିଳେ ମାତ୍ର ଚିନ୍ତା ବ୍ୟକ୍ତ ନକରି ନିର୍ବୋଧ ଭାବେ ଦିନକୁ ଦିନ ପରିବେଶର କ୍ଷତି ଘଟାଇ ଚାଲିଛନ୍ତି l ଆଗାମୀ ଦିନରେ ପକୃତିର ସୁରକ୍ଷା ପାଇଁ ଯଥେଷ୍ଟ ମାତ୍ରାରେ ବୃକ୍ଷ ରୋପଣ ପ୍ରତି ଦୃଷ୍ଟି ଦେବା ସହିତ ପଶୁ ପକ୍ଷୀଙ୍କ ଶିକାର ବନ୍ଦ କରିବା ସରକାରଙ୍କ ପ୍ରଣୀତ ଆଇନ କାନୁନ କଡାକଡି ଭାବେ ପ୍ରୟୋଗ କରି ଶିକାରୀଙ୍କ ଉପରେ ଅଙ୍କୁଶ ନ ଲଗାଇଲେ ଆହୁରି ବନ୍ୟା ବାତ୍ୟା ଭଳି ପାକୃତିକ ତାଣ୍ଡବ ବୃଦ୍ଧି ପାଇବା ସହିତ ମାନବ ସମାଜର କ୍ଷତି ସାଧନା ହେବ ବୋଲି ପରିବେଶ ବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି l ଏନେଇ ବନ ବିଭାଗର ପିତର ଶବରଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଏଭଳି ଶିକାର କରୁଥିବା ବ୍ୟକ୍ତିଙ୍କୁ ଧରି ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l

Leave a Reply

Your email address will not be published. Required fields are marked *