
ରାୟଗଡ଼ା (ମହେନ୍ଦ୍ର କନ୍ଧପାଣି)0୨/0୮/ଦଳିତ ସମାଜ କୁ ଅସମ୍ବିଧାନୀକ ଭାବେ ନିମ୍ନ ଓ ଆପୋଷବ୍ଧ ର ବ୍ୟବହାର କୁ ନେଇଁ କିଛି ଦିନ ପୂର୍ବେ ସାମାଜିକ ଗଣମାଧ୍ୟମ ତଥା ଫେସବୁକ ଓ ୱାଟ୍ସଏଫ ରେ ଘୁରି ବିଳିଥିଲା। ସମ୍ପୃକ୍ତ ଘଟଣାଟି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ର ବୋଲି ଜଣା ପଡିଥିଲା। ଘଟଣାରେ ସ୍ଥାନୀୟ ଦୁଇ ଉଚ୍ଚ ବର୍ଗର ଯୁବକ ଦୀପକ କୁମାର ନାୟକ ଓ ମୁକୁନ୍ଦ ବିଶଇ ଉଭୟେ କୌଣସି ଏକ ୟୁଟ୍ୟୁବ ଚାନେଲ ର ବ୍ୟବସାୟ କୁ ନେଇଁ ଫୋନେ ଯୋଗେ ପାରସ୍ପାରିକ ଗଣ୍ଡଗୋଳ ହେବାର ଏକ ରେକର୍ଡିଙ୍ଗ ସାମାଜିକ ଗଣମାଧ୍ୟମ ଦ୍ଵାରା ଦଳିତ ସମାଜକୁ ହସ୍ତଗତ ହୋଇଥିଲା। ଯେଉଁଥିରେ କି ଉଭୟଙ୍କ ଯୁକ୍ତି ତର୍କ ଭିତରେ ଦୀପକ ନାୟକ ଆଶାଳୀନ ଅସଭ୍ୟ ଭାଷା ର ପ୍ରୟୋଗ କରି ଦଳିତ ସମାଜର ନାମ ସହ ଯୋଡି ଦେଇଥିଲେ। ଏହାର ସୁଯୋଗ ନେଇଁ ମୁକୁନ୍ଦ ବିଶଇ କତିଥ ଅପସବ୍ଧକୁ ରେକର୍ଡ କରିନେଇଥିଲେ। ପରବର୍ତୀ ସମୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲିଥିଲା ରେକର୍ଡିଙ୍ଗ ।
ଯଦ୍ୱାରା ରାୟଗଡା ଜିଲ୍ଲା ସମେତ ସମଗ୍ର ଅଭିଭକ୍ତ କରାପୁଟ ଜିଲ୍ଲାର ଦଳିତ ବର୍ଗକୁ ଏକ ସାମାଜିକ ଅପମାନର ଆଘାତ କରିଥିଲା। ତେଣୁ ସମ୍ପୃକ୍ତ ଘଟଣାକୁ ନେଇଁ ଜିଲ୍ଲା ଓ ବ୍ଲକ ଦଳିତ ସମାଜ ପକ୍ଷରୁ ସ୍ଥାନୀୟ ଟିକିରି ଥାନାରେ ଦୀପକ କୁମାର ନାୟକ ଙ୍କ ବିରୋଧ ରେ ଲିଖିତ ଅଭିଯୋଗ କରା ଯାଇଥିଲା।
ଘଟଣାରେ ଦୀପକ ନାୟକ ଅନ୍ୟ ଦ୍ଵାରା ପ୍ରାୟୋଜିତ ର ଷଡଯନ୍ତର ର ଶିକାର ହୋଇଥିବା ଜାଣି କାଶୀପୁର ବ୍ଲକ ଦଳିତ ସମାଜ ପକ୍ଷରୁ ତା ୧/୮/୨୬ ରିଖ ଟିକିରି ହାଟପଦା ଠାରେ ଏକ ବୈଠକ ର ଆୟୋଜନ କରାଯାଇଥିଲା। ଉକ୍ତ ବୈଠକ ରେ ଦଳିତ ସମାଜ ପକ୍ଷରୁ ବରିଷ୍ଠ ଏବଂ ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଓ ଶିକ୍ଷିତ ଯୁବଗୋଷ୍ଠୀ ଉପସ୍ଥିତ ହୋଇଥିଲେ। ବୈଠକ ରେ ଦୀପକ କୁମାର ନାୟକ ଓ ତାଙ୍କ ପିତା, ମାତାଙ୍କୁ ପୋଲିସ ଅଭିଯୋଗ ଆଧାରରେ ଡକାଯାଇଥିଲା। ଦୀପକ ନାୟକ ନିଜ କତିଥ ଭୁଲ କୁ ସର୍ବସାଧାରଣ ରେ ନ୍ୟାୟିକ ଆଧାରରେ ଭୁଲ ସ୍ୱୀକାର କରି ସମୁଦାୟ ଦଳିତ ସମାଜ କୁ କ୍ଷମା ପ୍ରାର୍ଥନା କରିଥିଲେ। ମୂଖ୍ୟ ବିଷୟ ହେଲା ପ୍ରାୟ ୮୦% ଭାଗ SC,ST ଓ OBC ବର୍ଗର ଲୋକେ ଟିକିରି ରେ ବସବାସ କରନ୍ତି, ହେଲେ ପ୍ରାୟ ୨୦% ଲୋକେ ବିଭିନ୍ନ ଜିଲ୍ଲାରୁ ଏବଂ ଅନ୍ୟତ୍ର ରାଜ୍ୟରୁ କେବଳ ଜୀବନ ଜୀବକା ଓ ବ୍ୟବସାୟ ମୂଳକ ଧନ୍ଦା କରିବା ଉଦେଶ୍ୟରେ ଟିକିରି ସହରାଞ୍ଚଳରେ କିଛି ବର୍ଷ ହେବ ବସବାସ କରୁଥିବା ଜଣାପଡିଛି। ହେଲେ ସବୁ ଧର୍ମ , ସମ୍ପ୍ରଦାୟ ଓ ସବୁ ଜାତୀ ବର୍ଗକୁ ସନ୍ନମାନ ଦେଇ ବନ୍ଧୁତ୍ୱ ସ୍ଥାପନା କରି ଭାଇଚାରା ର ସଦଭାବନା ବଜାୟ ରଖିବାକୁ ଉପସ୍ଥିତ ଦଳିତ ସମାଜ ପକ୍ଷରୁ ଅନୁରୋଧ କରାଯାଇଛି ଏବଂ ଭବିଷ୍ୟତରେ ଏହିଭୋଳି ଘଟଣାର ପୁନରାବୃତ୍ତି ନ ହୋଉ ବୋଲି ଆଭାନ ଦିଆଯାଇଛି।
