
ଜି ଉଦୟଗିରି ୦୨/୦୮(ନୀଳମାଧବ ପ୍ରଧାନ )ଜି ଉଦୟଗିରି ପ୍ରଧାନ କଲୋନୀ ନିବାସୀ ବରିଷ୍ଠ ଶିକ୍ଷକ ବିଭୂ ନନ୍ଦନ ପଣ୍ଡା ଶୁକ୍ରବାର ଦିନ ଆସ୍କା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ରେ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଭାବେ ଅବସର ନେଇଥିବା ବେଳେ କାର୍ଯ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଜି ଜି ଉଦୟଗିରି ବିଭିର୍ଣ୍ଣ ସଂଗଠନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ସ୍ୱାଗତ କରାଯାଥିଲା। ଜି ଉଦୟଗିରି ବିଶ୍ୱନାଥ ନଗରଠାରେ ଅବସରପ୍ରାପ୍ତ ଶିକ୍ଷକ ଗୋଲକ ବିହାରୀ ପଟନାୟକ, ଲୋକନାଥ ବାରିକ, ପଞ୍ଚାନନ ଡାକୁଆ,ରବୀନ୍ଦ୍ର କୁମାର ପଣ୍ଡା,ଶିକ୍ଷକ ଜିତେନ୍ଦ୍ର କୁମାର ସାମଲ, ସାହିବାସିନ୍ଦା ଦଣ୍ଡପାଣି ପାଢ଼ୀ, ବଳରାମ ପଣ୍ଡା,ସୁବାସ ପାତ୍ର ପ୍ରେସ କ୍ଲବ ସଭାପତି ରାମ କୃଷ୍ଣ ଚୌଧୁରୀ, କାଉନସିଲର ଲଷ୍ମୀପ୍ରିୟା ପରିଛା, ସଂଗୀତା ନାୟକ ପ୍ରମୁଖ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହିତ ସେଠାରୁ ବାଜା ବାଣ ର ପଟୁଆର ରେ ଆଣି ଘରେ ଛାଡିଥିଲେ। ଜଣେ ଦକ୍ଷ, କୁଶଳୀ, ନୂତନ ପଠନ ଶୈଳୀ, ସମୟାନୁବର୍ତ୍ତିତା,ଉତ୍ତମ ବ୍ୟବହାର ପାଇଁ ଚର୍ଚ୍ଚା ରେ ରହୁଥିବା ଶ୍ରୀପଣ୍ଡା ପୂରା ଶିକ୍ଷକ ଜୀବନ ଜି ଉଦୟଗିରି ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରେ ଶିକ୍ଷାଦାନ କରିଥିବା ବେଳେ ଶେଷ ତିନି ବର୍ଷ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି।କାର୍ଯ୍ୟକ୍ରମ ରେ ପ୍ରେସ କ୍ଲବ ସମ୍ପାଦକ ଅନିଲ କୁମାର ଦଳ ବେହେରା ବରିଷ୍ଠ ସାମ୍ବାଦିକ ଦେବନାଥ ଦଳବେହେରା, ବଟ କୃଷ୍ଣ ଦାଶ,ଦୁର୍ଗା ମାଧବ ପଟ୍ଟନାୟକ, ନୀଳମାଧଵ ପ୍ରଧାନ, ସ୍ୱେଚ୍ଛାସେବୀ ଆଦିତ୍ୟ ପଟ୍ଟନାୟକ, ଶିକ୍ଷକ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଶାନ୍ତନୁ ପ୍ରଧାନ, ବୁନା ସାମଲ, ନିରୁପମା ପ୍ରଧାନ, ନିନିମା ପ୍ରଧାନ ସହିତ ବହୁ ଛାତ୍ର ଯୋଗ ଦେଇଥିଲେ।
