ଆମ୍ବପୁଅ ପ୍ରାଥମିକ ବିଦ୍ୟାଳୟ ରେ ଦ୍ଵିତୀୟ କ୍ଲଷ୍ଟର୍ ସ୍ତରୀୟ ବୈଠକବେଳଗୁଣ୍ଠା।

ଗାଙ୍ଗପୁର-୦୨/୦୮(ନାରାୟଣ ପଣ୍ଡା) ଗାଙ୍ଗପୁର ଥାନା ଅର୍ନ୍ତଗତ ବାଙ୍ଗରଡ଼ା ପଞ୍ଚାୟତ ଆମ୍ବପୁଆ ପ୍ରାଥମିକ ବିଦ୍ୟାଳୟରେ ଏହି ଶିକ୍ଷାବର୍ଷର ଦ୍ୱିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସିଆରସିସି ରଞ୍ଜିତା ପାତ୍ର ଙ୍କ ଅଧ୍ୟକ୍ଷତାରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯକ୍ରମ ର ଶୁଭାରମ୍ଭ କରିଥଲେ! ପ୍ରଧାନ ଶିକ୍ଷକ ନାରାୟଣ ସ୍ୱାଇଁ ଆଜିର ବୈଠକ ଉପରେ ଆଲୋଚନା କରିବାକୁ ଯାଇ ନୂତନ ଶିକ୍ଷା ନୀତି ଅନୁସାରେ ନୂତନ ବହି ଗୁଡ଼ିକୁ ଶ୍ରେଣୀ ଗୃହରେ ଲେସନ ପ୍ଲାନ୍ ପ୍ରସ୍ତୁତ କରି ତାକୁ ଶ୍ରେଣୀରେ କିପରି ପ୍ରୟୋଗ କରା ଯିବ ତାକୁ ବିସ୍ତୃତ ଭାବେ ଆଲୋଚନା କରିବା ପାଇଁ ସମସ୍ତ ଶିକ୍ଷକ ମାନକୁ ଦୃଷ୍ଟି ଆକର୍ଷଣ କରିଥିଲେ! ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନକ ମଧ୍ୟରେ ଜୟରାମ ବେହେରା,ଅଳକା ପଣ୍ଡା, ରାଜେନ୍ଦ୍ର ପ୍ରଧାନ, ରିତା ବେହେରା, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନକ ମଧ୍ୟରେ ପ୍ରିୟଙ୍କା ପଣ୍ଡା, ସଙ୍ଗୀତା ପ୍ରଧାନ ଲୀତା ରାଣୀ ପାତ୍ର ଅର୍ଚ୍ଚନା ପରିଡ଼ା, ବନ୍ଦନା ମହାରଣା, ମନୋଜ ତ୍ରିପାଠୀ ସଙ୍ଗୀତା ମଞ୍ଜରୀ ଶତପଥୀ, ପର୍ଶୁରାମ ଖର, ମେଘ ନାଦ ଦଳବେହେରା, ଗୀତାଞ୍ଜଳୀ ଦାସ, ପୁଷ୍ପାଞ୍ଜଳି ବେହେରା, ସୁନୀତା ବିଷୋୟୀ, ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯକ୍ରମ କୁ ନାଚଗୀତ, ଖେଳକୁଦ ଶିକ୍ଷା ଉପରେ ଆଲୋଚନା କରିଥଲେ! ସିଆରସିସି ପ୍ରଥମ ମାସିକ ପରୀକ୍ଷା କରିବା, ଖାତା ନୂତନ ସଭାପତି ଓ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ଭାବେ ଖୁବ୍ ଶୀଘ୍ର ବ୍ୟାଙ୍କ ଯାଇ ପରିବର୍ତ୍ତନ କରିବା ପାଇଁ ଜଣାଇଥିଲେ! ଶ୍ରେଣୀ ଗୃହରେ ଭାଷା ବିକାଶର ଉଦ୍ଦେଶ୍ୟ, ମୌଳିକ ସାକ୍ଷରତା ଓ ମୌଳିକ ଭାଷା ଏଥିପାଇଁ ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ, ସଂଖ୍ୟା ଜ୍ଞାନ, ଯୋଡ଼ିକାର୍ଯ୍ୟ , ବିଦ୍ୟାଳୟ ପରିଦର୍ଶନ, ଶିକ୍ଷଣ ସୋପାନ ରେଜିଷ୍ଟର ପୂରଣ ଉପରେ ଆଲୋଚନା କରିଥଲେ! ଶିକ୍ଷୟିତ୍ରୀ ମମତା ସ୍ୱାଇଁ ଧନ୍ୟବାଦ ଦେଈ କାର୍ଯକ୍ରମ କୁ ନାଚଗୀତ ଖେଳକୁଦ ଶିକ୍ଷା ଉପରେ ଆଲୋଚନା ରେ ଶେଷ କରିଥଲେ!

Leave a Reply

Your email address will not be published. Required fields are marked *