ତୁଳସିଗୁଡା ରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ।

ମାଲକାନଗିରି ୨୯/୦୮(ହିମାଂଶୁ ଶେଖର ସ୍ବାଇଁ)ଖଇରପୁଟ ବ୍ଲକର ପୋଡଘାଟା ପଞ୍ଚାୟତ ଅନ୍ତର୍ଗତ ତୁଳସିଗୁଡା ଗ୍ରାମ ର ମାଁ ମାଉଲୀ ଫୁଟବଲ କ୍ଲବ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଚଳିତ ବର୍ଷର ଅନ୍ତିମ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହି ଅବସରରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ଗୋବିନ୍ଦପାଲି ସରପଞ୍ଚ ଶ୍ରିନିଭାସ ମୁଦୁଲି, କୁଡୁମୁଲୁଗୁମ୍ମା ଲ୍ୟାମ୍ପ ସଭାପତି ଗୋପି ପାଙ୍ଗୀ, ସମିତି ସଭ୍ୟା ରାଧିକା କାଲାକୁରା, ସମାଜସେବୀ ସାଧୁ ହନ୍ତାଳ, ଭଗବାନ ସାହୁ, ପ୍ରିତମ ଗୁଡତେଲୀ,ପ୍ରମୋଦ କୁମାର ସ୍ୱାଇଁ ଓ ଦେବେନ୍ଦ୍ର ଖେମୁଡୁ ପ୍ରମୁଖ ଉପସ୍ଥିତ ରହି ଫାଇନାଲ ଖେଳ ଉପଭୋଗ କରିଥିଲେ । ଖେଳ ଶେଷ ସମୟ ସୁଦ୍ଧା ତୁଳସିଗୁଡା ଦଳ ରାମଚନ୍ଦ୍ରପୁର ବିପକ୍ଷରେ ୩ ଗୋଟି ଗୋଲ ମାରି ବିଜେତା ଘୋଷଣା ହୋଇଥିଲେ । ମୁଖ୍ୟ ଅତିଥି ଶ୍ରୀ କିର୍ଷାନୀ ବିଜେତା ତୁଳସିଗୁଡା ଟିମ୍ କୁ ତିରିଶି ହଜାର ଟଙ୍କା ସହ ଟ୍ରୋଫି ପ୍ରଦାନ କରିଥିଲେ ଓ ଉପ ବିଜେତା ଟିମ୍ ରାମଚନ୍ଦ୍ରପୁର ଦଳକୁ ପଚିଶି ହଜାର ଟଙ୍କା ସହ ଟ୍ରୋଫି ପ୍ରଦାନ କରିଥିଲେ । ଖେଳ ମୁଖ୍ୟ ରେଫେରୀ ଦାୟିତ୍ଵ ଭାବେ ନରେନ୍ଦ୍ର ମାଝୀ ତୁଲାଇଥିବା ବେଳେ ସହଯୋଗୀ ରେଫେରି ଉମାଶଙ୍କର ମାଝୀ ଓ‌ ଇନ୍ଦ୍ର ପଲାସୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ମାଇକ ଯୋଗେ ରାମଚନ୍ଦ୍ର କୋପେ ଶବ୍ଦ ସଞ୍ଚାଳନ କରିଥିଲେ । ମାଁ ମାଉଲୀ ଫୁଟବଲ କ୍ଲବ ସଭାପତି ଗୈ।ତମ କାଲାକୁରା,ଲଇଛନ କାଲାକୁରା, ଡମୁ କାଲାକୁରା, ରାଜୁ ଫଟକା,ହରି କାଲାକୁରା, ଧନ କାଲାକୁରା, କୃଷ୍ଣ ଦାସା ପୁର୍ଣ୍ଣ କାଲାକୁରା ଓ ମଙ୍ଗରାଜ କାଲାକୁରା ପ୍ରମୁଖ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରିଥିଲେ ।

Leave a Reply

Your email address will not be published. Required fields are marked *