ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ପ୍ରଶିକ୍ଷଣ ଶିବିର।

ବେଲଗୁଣ୍ଠା ୩୧/୦୮ (ନାରାୟଣ ପଣ୍ଡା)ସ୍ଥାନୀୟ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ଶାଖା ପକ୍ଷରୁ ନୂତନ ଭାବରେ ଯୁବ ରେଡକ୍ରସ୍ ରେ ଯୋଗଦେଇଥିବା ସ୍ବେଚ୍ଛାସେବୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଗିରୀଧର ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଅଧକ୍ଷ ତଥା ଯୁବ ରେଡକ୍ରସ୍ ଗଂଜାମ ଜିଲ୍ଲାର ପୂର୍ବତନ ସଂଯୋଜକ ବି ଗୋବିନ୍ଦା ରାଓ ଏବଂ ସମ୍ମାନିତ ଅତିଥି ଭାବେ ବର୍ତମାନ ର ଗଞ୍ଜାମ ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଡଃ ଜଗଦୀଶ ପାଲ ଯୋଗଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରାସାସନିକ ଅଧିକାରୀ ଡଃ ଇ ରବିନାରାୟଣ ପାତ୍ର ମଞାସୀନ ଥିଲେ। ଯୁବ ରେଡକ୍ରସ୍ ରେ ସ୍ବେଚ୍ଛାସେବୀ ମାନଙ୍କ ଭୂମିକା ଏବଂ ଦାଇତ୍ୱ ସମ୍ପର୍କରେ ମଞାସୀନ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଯୁବ ରେଡକ୍ରସ୍ ପରାମର୍ଶ ଦାତା ଡଃ ସଂଜୀବ କୁମାର ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟ ର ସମସ୍ତ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଙ୍କ ସମେତ ଅଧ୍ୟାପକ ଏବଂ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *