ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ମୋଟରସାଇକେଲ ଆରୋହୀ ମୃତ।

ଗଞ୍ଜାମ ଜିଲ୍ଲା ପ୍ରତିନିଧି ଶିବରାମ ଚୌଧୁରୀ ଙ୍କ ରିପୋର୍ଟ୩୧/୦୧ ବ୍ରହ୍ମପୁର ସହର ଉପକଣ୍ଠ ଗୋଷାଣୀ ନୂଆଗାଁ ହଳଦିଆ ପଦର ସଂଯୋଗ ଓଭରବ୍ରିଜ୍ ଉପରେ ଏକ ଟ୍ରକ୍ ଧକ୍କାରେ ୫ ଜଣ ମୋଟରସାଇକେଲ ଆରୋହୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସଙ୍କଟାପନ୍ନ ଅବସ୍ଥାରେ ବଡ଼ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ସୁଚନା ମୁତାବକ ବ୍ରହ୍ମପୁର ସହର ଅଭିମୁଖେ ଯାଉଥିବା ୩ ଟି ମୋଟରସାଇକେଲ ରେ ୬ ଜଣ ଆରୋହୀ କୁ ଏକ ବଡ଼ ଟ୍ରକ୍ ଧକ୍କା ଦେଇ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି। ଅନ୍ୟ ପକ୍ଷରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ତଳେ ଜଣେ ଯୁବକ ର ମୃତ୍ୟୁ ଘଟିଥିବା ବେଳେ ପଛରେ ଆଉ ଦୁଇ ଜଣ ଯୁବକ ର ମୃତ୍ୟୁ ଘଟିଛି ଓ ଆଉ ୩ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ସେଠାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଆଉ ଜଣେ ଯୁବକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ବୋଲି ଜଣାପଡିଛି। ଖବର ପାଇ ରାଜପଥ ପେଟ୍ରୋଲିଂ ପୋଲିସ ପହଞ୍ଚି ଘଟଣାସ୍ଥଳ ରାସ୍ତା କୁ ବନ୍ଦ ଉତ୍ତେଜନା ପରିସ୍ଥିତି କୁ ଆୟତ୍ତ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ପରିଚୟ ମିଳିନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *