
brp_mask:0;
brp_del_th:null;
brp_del_sen:null;
delta:null;
module: photo;hw-remosaic: false;touch: (-1.0, -1.0);sceneMode: 32768;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 42;
ଭଞ୍ଜନଗର ୩୧/୦୧ ଜନତା ଖବର ଟିଭି ବ୍ୟୁରୋ
ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି ମୋବାଇଲ, ୧୨୭୫ଟି ବ୍ୟାଟେରି, ୪୨୫ ଫୋନର ମଦର୍ ବୋର୍ଡ, ୫ଟି ଟାବଲେଟ,ପ୍ରାୟ ୫ କିଲୋ ଓଜନର ତମ୍ବା ନକଲି ଗହଣା ଏବଂ ୯ ହଜାର ରୁ ଉର୍ଦ୍ଧ ଟଙ୍କା ୧୧ ଟି ବାଇକ ଜବତ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ପଶ୍ଚିମବଙ୍ଗ ମୁର୍ଷିଦାବାଦ ଅଞ୍ଚଳର ବୋଲି ଜଣାପଡିଛି।
ଏନେଇ ଶନିବାର ଖରାବେଳେ ଭଞ୍ଜନଗର ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ତାହା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ ଏହାପରେ କୋର୍ଟ ଚାଲାଣ କରାଯାଇଛି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ଡ. ଦୀପକ କୁମାର ମିଶ୍ର କହିଥିଲେ ଯେ, ଏହି ଅଭିଯୁକ୍ତମାନଙ୍କର ବିଦେଶ ଲିଙ୍କ୍ ଅଛି କି ନାହିଁ ତାହାର ଖୋଳତାଡ଼ ହେବ। ଏଥିସହ ଭଙ୍ଗା ମୋବାଇଲ କାହାକୁ ବିକ୍ରି କରନ୍ତୁ ନାହିଁ। ମୋବାଇଲ ଖରାପ ହୋଇଗଲେ ତାହାକୁ ନଷ୍ଟ କରିଦିଅନ୍ତୁ। ବୁଲା ବ୍ୟବସାୟୀକୁ ବିକ୍ରି କରନ୍ତୁ ନାହିଁ। ସେମାନେ ତାହାକୁ ନେଇ କୌଣସି ବେନିୟମ କାର୍ଯ୍ୟରେ ଲଗାଇବା ସମ୍ଭାବନା ଅଛି। ତେଣୁ ତାହାର ତଦନ୍ତ କରାଯିବ ବୋଲି ଏସ୍ଡିପିଓ କହିଥିଲେ। ଅଭିଯୁକ୍ତମାନେ ଜବତ ହୋଇଥିବା ମୋବାଇଲର
କାଗଜପତ୍ର ଦେଖାଇ ପାରି ନ ଥିଲେ। ତେଣୁ ପୋଲିସ ସେମାନଙ୍କୁ ଚୋରି ମାମଲାରେ ଗିରଫ କରିଛି।ଖବରଦାତା ସମ୍ମିଳନୀରେ ଥାନାଧିକାରୀ ଜୀବନାନନ୍ଦ ଜେନା, ଏସ୍ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀଧର ମହାନ୍ତି, ,ଜ୍ୟୋତ୍ସ୍ନାମୟୀ ସାହୁ, ଲିପିନା ବିଶ୍ୱାଳ ଏଏସ୍ଆଇ ବିଦେଶୀ ବେହେରା, ସତ୍ୟନାରାୟଣ ମଲ୍ଲିକ, ରୁଦ୍ର ପ୍ରସାଦ କହର, କନଷ୍ଟେବଳ ସନ୍ତୋଷ କୁମାର ନାୟକ, ଅମିତ୍ କୁମାର ବିଶ୍ବାଳ, ନରେଶ ଶବର, ଗୃହରକ୍ଷୀ ଗଜେନ୍ଦ୍ର ସାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଜବତ ହୋଇଥିବା ମୋବାଇଲଗୁଡ଼ିକୁ ଆଗାମୀ ଦିନରେ ତାହାର ଅସଲ ମାଲିକମାନଙ୍କୁ ଫେରାଇବା ପାଇଁ ଥାନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଭଞ୍ଜନଗର ଥାନାରେ ୯୨/୨୬ ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି। ଗିରଫ ଅଭିଯୁକ୍ତମାନେ ସାଇକେଲ ଏବଂ ବାଇକରେ ଏଠାରେ ବୁଲି ବୁଲି ବ୍ୟବସାୟ କରନ୍ତି। ସେମାନଙ୍କର ଚାଲି ଚଳଣିକୁ ନେଇ ବିଭିନ୍ନ ଆଡୁ ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗତକାଲି ଅଭିଯୁକ୍ତମାନେ ଗୋଟିଏ ସ୍ଥାନରେ ଏକାଠି ହୋଇଥିବା ବେଳେ ପୋଲିସ ସେମାନଙ୍କୁ ଥାନାକୁ ସନ୍ଦେହରେ ନେଇ ପଚରାଉଚରା କରିବା ପରେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲା।

brp_mask:0;
brp_del_th:null;
brp_del_sen:null;
delta:null;
module: photo;hw-remosaic: false;touch: (-1.0, -1.0);sceneMode: 7864320;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 39;
