
ଗଜପତି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ ଙ୍କ ରିପୋର୍ଟ ୦/୦୩ଆସନ୍ତା ଏପ୍ରିଲ୍ ମାସ ୮ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ କେଶରୀ ନଗର ମାଣିକପୁର ଠାରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଆଜି ମନ୍ଦିର କମିଟି ପକ୍ଷରୁ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ନିମନ୍ତ୍ରଣ ପତ୍ର ଦିଆ ଯାଇଛି। ସାତଦିନ ଧରି ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଏପ୍ରିଲ୍ ୧୨ ତାରିଖ ରେ ମୁଖ୍ୟମନ୍ତ୍ରୀ ଆସିବା ନେଇ ସୂଚନା ମିଳିଛି। କାର୍ଯ୍ୟକ୍ରମ ରେ କଳସ ଯାତ୍ରା, ସଙ୍କୀର୍ତ୍ତନ, ସନ୍ଥଯାତ୍ରା , ଦୀକ୍ଷା ଗ୍ରହଣ, ଆଙ୍କୁରା ରୋପଣ, କର୍ମ ଆରମ୍ଭ, ଶିବ ମନ୍ଦିର ରତ୍ନମୁଦ୍ରା ସ୍ଥାପନ, ଭାଗବତ ମଣ୍ଡଳୀ ମିଳନ, ନାମ ଯଜ୍ଞ, ଘୃତ ଯଜ୍ଞ, ଗୋ ପୂଜନ, ମହାଯଜ୍ଞ, ମହାଧ୍ଵଜ, ଦେବ ପ୍ରତିମା ମହାସ୍ନାନ, ତ୍ରିଶୂଳ ସ୍ଥାପନ, ପ୍ରାଣ ପ୍ରତିଷ୍ଠା, ଅଷ୍ଟପ୍ରହର ନାମଯଜ୍ଞ, ହନୁମାନ ଚାଳିଶା, ଦେବତା ମନ୍ଦିର ପ୍ରବେଶ, ଦ୍ଵୀପଯଜ୍ଞ , ନାମଯଜ୍ଞ ଓ ଅର୍ଣ୍ଣଯଜ୍ଞ ଭଳି କାର୍ଯକ୍ରମ ରହିଛି। ଯାହାକୁ ନେଇ ମନ୍ଦିର କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଅଛି।
ଗଜପତି ଜିଲ୍ଲା ମୋହନା ବ୍ଲକରୁ ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟଙ୍କ ରିପୋର୍ଟ।
