ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ , ଆରୋହୀ ଗୁରୁତର ।

ମୋହନା(ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ) ୧୨/୦୫ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଆରୋହୀ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି ।ଅଡ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତ ଅଧିନ ଡ଼େକାପଙ୍କା ଗ୍ରାମର ବାଇକ ଚାଳକ ଦିବ୍ୟ ରଞ୍ଜନ ବଳିଆର ସିଂ (ପୃଥିବୀ) ଓ ଆରୋହୀ ସେହି ଗ୍ରାମର ବଳିନ୍ଦ୍ର ପରିଚ୍ଛା(ବୁଲୁ) କୌଣସି କାମରେ ଘରୁ ବାହାରି କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁକୁ ଯାଇଥିଲେ । ସେଠାରୁ କାମ ସାରି ଗାଁକୁ ଫେରିବା ବେଳେ ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଝିଞ୍ଜିରିଗୁଡ଼ା ( ମୋହନା ବ୍ଲକର ସୀମାନ୍ତବର୍ତ୍ତୀ) ଗାଁ ନିକଟ ମନ୍ଦିର ରାଜ୍ୟ ରାଜପଥ ବୁଲାଣୀ ରାସ୍ତାରେ ଏକ ଅଜଣା ଗାଡ଼ି ଧକ୍କା ଦେଇ କେଉଁଆଡ଼େ ଚାଲିଯାଇଥିଲା । ଯାହାଫଳରେ ଦିବ୍ୟରଞ୍ଜନଙ୍କର ମୃତ୍ୟୁ ଘଟିଥିବା ବେଳେ ବଳିନ୍ଦ୍ର ଗୁରୁତର ହୋଇଥିଲେ  ଉଭୟେ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିବା ବେଳେ କିଛି ଘଣ୍ଟା ପାଇଁ ରାଜ୍ୟ ରାଜପଥ ଅବରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *